କୋରାପୁଟ: ଦେଶରେ ହୁହୁ ହୋଇ ବଢି ଚାଲିଛି ତୈଳଦର । ଲଗାତାର ତୈଳଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଜିଲ୍ଲା କଂଗ୍ରେସ ପକ୍ଷରୁ ତୈଳ ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବି କରି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।
ତୈଳଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ - Congress has demanded lower oil price
ତୈଳ ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବି କଲା କୋରାପୁଟ ଜିଲ୍ଲା କଂଗ୍ରେସ । ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
![ତୈଳଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ ତୈଳଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ](https://etvbharatimages.akamaized.net/etvbharat/prod-images/768-512-7767501-654-7767501-1593086223729.jpg)
ତୈଳଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ
ତୈଳଦର ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ
ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେନ୍ଦ୍ର ଓ ରାଜ୍ୟ ସରକାର ତୈଳଦରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିବା ସହ ତୁରନ୍ତ ଦରଦାମକୁ କମ୍ କରିବା ପାଇଁ ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନଙ୍କ ମାଧ୍ୟମରେ ଜିଲ୍ଲା କଂଗ୍ରେସ କମିଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ