ଓଡିଶା

odisha

ETV Bharat / state

ଜିଲ୍ଲା ପରିଷଦ ଉପନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲା କଂଗ୍ରେସ - କୋରାପୁଟରେ ଜିଲ୍ଲା ପରିଷଦ ଉପନିର୍ବାଚନ

କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ପଟ୍ଟାଙ୍ଗି ଆସନ ପାଇଁ ହେବ ଜିଲ୍ଲା ପରିଷଦ ଉପନିର୍ବାଚନ । ଏନେଇ ଉଭୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Nov 1, 2019, 7:40 PM IST

କୋରାପୁଟ: ଜିଲ୍ଲାର ଦଶମନ୍ତପୁର ଓ ପଟ୍ଟାଙ୍ଗି ଆସନ ପାଇଁ ହେବ ଜିଲ୍ଲା ପରିଷଦର ଉପନିର୍ବାଚନ । ଏନେଇ ବିଗୁଲ ବାଜି ସାରିଥିବା ବଳେ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏହି କ୍ରମରେ ଆଜି ଉଭୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି କଂଗ୍ରେସ । ଦଶମନ୍ତପୁର ଆସନ ପାଇଁ ନରୀ ହିକକା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପଟ୍ଟାଙ୍ଗି ଆସନ ପାଇଁ ତିରୁପତି ସାରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ ନିଜ ନିଜ ସମର୍ଥକଙ୍କ ସହ ଆସି କୋରାପୁଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଜିଲ୍ଲା ପରିଷଦରେ ସମୁଦାୟ 29 ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ପଟ୍ଟାଙ୍ଗି ଆସନର ଜିଲ୍ଲା ପରିଷଦ ସଦସ୍ୟ ଡୁମୁରି ଖିଲଙ୍କ ଦେହାନ୍ତ ହୋଇଥିଲା । ସେହିପରି ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଆସନକୁ ପ୍ରତିନିଧିତ୍ବ କରୁଥିବା ପ୍ରଭୁ ଜାନୀ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଏହି ଦୁଇଟି ପଦବୀ ଖାଲି ପଡିଥିଲା ।

ବର୍ତ୍ତମାନ ଜିଲ୍ଲା ପରିଷଦର ୨୭ ଟି ଆସନ ମଧ୍ୟରୁ ବିଜେଡିର ୨୧ ଜଣ ସଦସ୍ୟ ଥିବା ବେଳେ କଂଗ୍ରେସ ଦଳର ୫ ଜଣ ଓ ବିଜେପିର ଜଣେ ସଦସ୍ୟ ଅଛନ୍ତି । ତେବେ ଏହି ଉପନିର୍ବାଚନରେ କଂଗ୍ରେସ ଉଭୟ ଆସନକୁ ଅକ୍ତିଆର କରିବାରେ ସଫଳ ହେବ ବୋଲି ମତବ୍ୟକ୍ତ ରଖିଛନ୍ତି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details