କୋରାପୁଟ: ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳ ପ୍ରସ୍ତୁତ କରିଛି ରଣନୀତି । ଏନେଇ ବୁଧବାର କଂଗ୍ରେସର କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖଡିଆଳର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଜିଲ୍ଲା ଗସ୍ତ କରି ଗୁରୁମନ୍ତ୍ର ଦେଇଛନ୍ତି ।
କୋରାପୁଟ ନିକଟସ୍ଥ ଏକଟାଗୁଡାଠାରେ କୋରାପୁଟ ବ୍ଲକ କଂଗ୍ରେସର କର୍ମୀ ସମ୍ମିଳନୀରେ ସେ ନିଜ ବକ୍ତବ୍ୟରେ ରାଜ୍ୟରେ ବିଜେଡି ସରକାର ଦୁର୍ନୀତିର ସମସ୍ତ ସୀମା ଟପି ଯାଇଥିବା ମତବ୍ୟକ୍ତ କରିଛନ୍ତି । ବିଜେଡି ସରକାରର ଦୁର୍ନୀତିର ମୁଖା ଖୋଲିଯାଇଥିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇଉଠିଥିବା ସେ ଜଣାଇଛନ୍ତି ।