କୋରାପୁଟ:ପୌର ନିର୍ବାଚନକୁ ନେଇକୋରାପୁଟ ଜିଲ୍ଲାର, ଜୟପୁର, କୋଟପାଡ଼ ଓ ସୁନାବେଡ଼ା ପୌର ପରିଷଦ ପାଇଁ ହେବାକୁ ଥିବା ନିର୍ବାଚନର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ଜିଲ୍ଲାରେ ସମୁଦାୟ 87ଟି ୱାର୍ଡ ପାଇଁ 46 ଜଣ ପୌରାଧ୍ୟକ୍ଷ ଓ 377 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଜୟପୁର ଓ ସୁନାବେଡ଼ାରେ ପାଞ୍ଚଟି ଲେଖାଏଁ ସମେତ କୋରାପୁଟରେ ଗୋଟିଏ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ପରେ 46 ଜଣ ପୌରାଧ୍ୟକ୍ଷ ଓ 366 ଜଣ କାଉନସିଲର ପଦବୀ ପାଇଁ ଲଢେଇ ହେବ ।
ସେହିପରି କୋରାପୁଟର 21ଟି ୱାର୍ଡ ବିଶିଷ୍ଟ ପୌରପାଳିକାରେ 5 ଜଣ ପୌରାଧ୍ୟକ୍ଷ ଓ 90 ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବାବେଳେ କୋଟପାଡ଼ର 13ଟି ୱାର୍ଡ ପାଇଁ 5 ଜଣ ପୌରାଧ୍ୟକ୍ଷ ଓ 48 ଜଣ କାଉନସିଲର ପଦବୀ ପାଇଁ ପ୍ରତିଯୋଗିତା କରିବେ । ଏଥିସହ ଜୟପୁର ପୌରାଞ୍ଚଳର 28ଟି ୱାର୍ଡ ପାଇଁ 19 ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷ ଓ 128ଟି କାଉନସିଲର ପଦବୀ ପାଇଁ ଆଶାୟୀଙ୍କ ନାମାଙ୍କନ ପତ୍ର କାଏମ ରହିଛି । ସୁନାବେଡ଼ା ପୌରାଞ୍ଚଳର 13ଟି ୱାର୍ଡ ପାଇଁ 17ଟି ପୌରାଧ୍ୟକ୍ଷ ଓ 100ଟି କାଉନସିଲର ଆଶାୟୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।