ଓଡିଶା

odisha

ETV Bharat / state

ଓଡିଶାରେ ରହି ଆନ୍ଧ୍ର ପାଖରେ ଓଡିଶା ବିରୁଦ୍ଧରେ ଅଭିଯୋଗ - ଆନ୍ଧ୍ର ସମର୍ଥକ

କୋଟିଆ ହାତେଇବାକୁ ଆନ୍ଧ୍ରର ନୂଆ ଚାଲ୍ । ନିଜ ତରଫରୁ ନିର୍ବାଚିତ ଜନପ୍ରତିନିଧିକୁ ମୋହରା ବନାଇ ଓଡିଶାକୁ ବଦନାମ କରିବାକୁ ପ୍ରଚେଷ୍ଟା କରୁଛି ଆନ୍ଧ୍ର । ଅଧିକ ପଢନ୍ତୁ...

ଓଡିଶା ବିରୁଦ୍ଧରେ ଆନ୍ଧ୍ର ପ୍ରଶାସନ ପାଖରେ ଅଭିଯୋଗ କଲେ ଆନ୍ଧ୍ର ସମର୍ଥକ
ଓଡିଶା ବିରୁଦ୍ଧରେ ଆନ୍ଧ୍ର ପ୍ରଶାସନ ପାଖରେ ଅଭିଯୋଗ କଲେ ଆନ୍ଧ୍ର ସମର୍ଥକ

By

Published : Oct 26, 2021, 7:25 AM IST

କୋରାପୁଟ: କୋଟିଆ ଅକ୍ତିଆର କରିବାକୁ ଗୋଟିଏ ପରେ ଗୋଟିଏ ଗୋଟି ଚଳାଉଛି ପଡୋଶୀ ଆନ୍ଧ୍ର । ଏବେ ପୁଣି ଥରେ ସାମ୍ନାକୁ ଆସିଛି ପଡୋଶୀର ନୂଆ ଚାଲ୍ । କିଛିଦିନ ହେଲା କୋଟିଆରେ ଓଡିଶା ପୋଲିସ ଡେରା ପକାଇବା ପରେ ବ୍ୟତିବ୍ରସ୍ତ ହୋଇ ଉଠିଥିବା ଆନ୍ଧ୍ର ପ୍ରଶାସନ ଓଡିଶାକୁ ବଦନାମ କରିବାକୁ ଚେଷ୍ଟା ଆରମ୍ଭ କରିଛି । ଯାହାର ମୋହରା ବନିଛନ୍ତି କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସେନେରୀରେ ଆନ୍ଧ୍ର ତରଫରୁ ନିର୍ବାଚିତ ସରପଞ୍ଚ, ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ସଦସ୍ୟ ।

ଏହି ନିର୍ବାଚିତ ଜନପ୍ରତିନିଧି ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକ ତଥା ବିଜୟନଗର ଜିଲ୍ଲାପାଳଙ୍କୁ ଭେଟି ଓଡିଶା ପୋଲିସ ଏବଂ ପ୍ରଶାସନ ସେମାନଙ୍କୁ ଓ ଗ୍ରାମବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଓଡିଶା ମାଟିରେ ରହୁଥିବା ଏହି ଆନ୍ଧ୍ର ସମର୍ଥକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିବା ବେଳେ ସେମାନଙ୍କୁ ବିଜୟନଗର ଜିଲ୍ଲା ପ୍ରଶାସନ ସମ୍ମାନିତ କରିଥିବା ଦେଖାଯାଇଛି । ଯେଉଁଥିରୁ ଓଡିଶା ବିରୁଦ୍ଧରେ ଲୋକଙ୍କୁ ପ୍ରେରିତ କରି ଆନ୍ଧ୍ର ସରକାର ମିଥ୍ୟା ନାଟକ ସଂରଚନା କରିଥିବା ସ୍ପଷ୍ଟ ହୋଇଛି ।

କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନାନାଦି ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଆନ୍ଧ୍ର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରଚେଷ୍ଟା କରୁଥିଲା । ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ଏହିସବୁ କାର୍ଯ୍ୟକ୍ରମ ବାରଣ କରି ତାହାର ସରକାରୀ କର୍ମଚାରୀଙ୍କୁ ଫେରାଇ ଦେବା ପରେ ଉପାୟଶୂନ୍ୟ ହୋଇଯାଇଥିଲା ଆନ୍ଧ୍ର । ଏହାପରେ ଆନ୍ଧ୍ର ସରକାରଙ୍କ ଏଜେଣ୍ଟ ଓ ବେତନଭୋଗୀ ସଂଯୋଜକ ଓଡିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ଏବଂ ମୁକ୍ତ କଣ୍ଠରେ ଏହା ଘୋଷଣା କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇବା ଆରମ୍ଭ କରିଥିଲେ । ଆନ୍ଧ୍ରର ଏହି ଯୋଜନା ପଣ୍ଡ କରିବାକୁ ଯାଇ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ପୋଲିସ ପଇଁତରା ମାରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବା ଆରମ୍ଭ କରିଛି ।

ଏଥିସହିତ ଓଡିଶା ସରକାରଙ୍କ ପକ୍ଷରୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି କୋଟିଆବାସୀଙ୍କ ସାମାଜିକ ଓ ଶାରୀରିକ ସୁସ୍ଥତା ବଜାୟ ରଖିବା ଦିଗରେ ପ୍ରଚେଷ୍ଟା କରାଯାଉଛି । ଏହି କ୍ରମରେ ସୋମବାର ଗଞ୍ଜେଇପଦର ଓ ତଳ ଗଞ୍ଜେଇପଦରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଟୀକାକରଣକୁ ବ୍ୟାପକ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details