କୋରାପୁଟ:ମଙ୍ଗଳବାରଓଡ଼ିଶା-ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା ଅନ୍ତର୍ଗତ ପୂଜାରିପୁଟ ନିକଟରେ ଏକ ଆଟୋ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାର ଓ ଅଟୋ ପାତାଳ ନଦୀରେ ବୁଡି ଯାଇଥିଲା । ଅଟୋରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପହଁରି ନିଜ ଜୀବନକୁ ବଞ୍ଚାଇଥିଲେ । ତେବେ କାରରେ ଥିବା ଜଣେ ଯୁବତୀଙ୍କ ମୃତ ଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।
ଅଟୋରେ ଥିବା ସମସ୍ତ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ଆଜି କୋରାପୁଟ ଓଡ୍ରାଫ ଟିମ ଆଉ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ କାର ଓ ପରେ ଆଟୋ ଗାଡିକୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରିଚୟ ପତ୍ରକୁ ଅନୁଧ୍ୟାନ କରିବା ପରେ କାରରେ ରହିଥିବା ମୃତ ଯୁବତୀଙ୍କ ନାମ ପ୍ରତୀକ୍ଷା ଶର୍ମା ଓ ସେ ଉତ୍ତରପ୍ରଦେଶର ମୁରାଦାବାଦର ଆଇଡିବିଆଇ ବ୍ୟାଙ୍କରେ ଶାଖା ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି ।