କୋରାପୁଟ :ସମଗ୍ର ଭାରତ ତଥା ବିଶ୍ଵସ୍ତରରେ ଖ୍ୟାତି ଅର୍ଜନ କରିଛି କୋରାପୁଟ କଫି (Koraput coffee) । ଜିଲ୍ଲାରେ ନିଜସ୍ଵ ଉଦ୍ୟମରେ କଫି ଉଦ୍ୟୋଗୀମାନେ ଉନ୍ନତ ବଜାରରେ କଫି ମଞ୍ଜି ବିକ୍ରୟ କରିବାରେ ସମର୍ଥ ହେଉଛନ୍ତି । ଅନେକ ଆଦିବାସୀ ଚାଷୀ ଏଥିରୁ ଉପକୃତ ହୋଇପାରିଛନ୍ତି ।
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5000 ହେକ୍ଟର ଜମିରେ କଫି ଚାଷ (coffee cultivation on 5000 hectare land ) କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ଏଭଳି ଘୋଷଣା କରିଥିଲେ ।