ଓଡିଶା

odisha

ETV Bharat / state

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ର ଲୋକାର୍ପିତ - କୋରାପୁଟ ବିଧାୟକ ରଘୁରାମ ପାଡାଲ

ବହୁ ଚର୍ଚ୍ଚିତ ଓ ପ୍ରତିକ୍ଷିତ କୋରାପୁଟ କଫିର ପ୍ରକ୍ରିୟାକରଣ କେନ୍ଦ୍ର ଲୋକାର୍ପିତ । କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଏହାକୁ ଲୋକାର୍ପିତ କରିଛନ୍ତି ।

ଡିଜାଇନ ଫଟୋ

By

Published : Sep 11, 2019, 11:22 PM IST

କୋରାପୁଟ: ବହୁ ଚର୍ଚ୍ଚିତ ଓ ପ୍ରତିକ୍ଷିତ କୋରାପୁଟ କଫିର ପ୍ରକ୍ରିୟାକରଣ କେନ୍ଦ୍ର ଲୋକାର୍ପିତ । କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଏହାକୁ ଲୋକାର୍ପିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ ଟିଡିସିସିର ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଫଳରେ ଚାଷୀମାନେ ଉପକୃତ ହେବେ । କୋରାପୁଟ ଜିଲ୍ଲାର ପ୍ରାୟ 3000 ଚାଷୀଙ୍କ ବଗିଚାରୁ କଫି ଫଳକୁ ଟିଡିସିସି କ୍ରୟ କରି ତାକୁ ଶୁଖାଇ, ସଫା କରି, ଭାଜିବା ପରେ କଫି ଗୁଣ୍ଡ ପ୍ରସ୍ତୁତ କରି ବିକ୍ରି କରିବା ସହ ଗ୍ରାହକଙ୍କ ପାଇଁ କେଫେ ଖୋଲିବାର ଯୋଜନା ରହିଛି ।

ଏହି କେନ୍ଦ୍ର ଖୋଲିବା ଫଳରେ କୋରାପୁଟ ଅଞ୍ଚଳରେ କମ ଦରରେ କଫି ମଞ୍ଜି ବିକ୍ରି କରିଦେଉଥିବା ଚାଷୀ ତାଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଶା ପ୍ରକଟ କରିଛନ୍ତି । ଏହି ଉତ୍ସବରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜୟପୁର, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକ ଉପସ୍ଥିତ ଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details