ଓଡିଶା

odisha

ETV Bharat / state

କଫି ଚାଷରେ ସ୍ବତନ୍ତ୍ର ପରିଚୟ, ସୁଶାନ୍ତ ପଣ୍ଡାଙ୍କୁ ଓଡ଼ିଶା ସିଟିଜେନ ଆୱାର୍ଡ଼ - କଫି ଦେଲା ସଫଳତା

କଫି ଦେଲା ସଫଳତା । କଫି ଚାଷ ପାଇଁ କୋରାପୁଟ ଜିଲ୍ଲାର ଯୁବ ଚାଷୀ ସୁଶାନ୍ତ ପଣ୍ଡାଙ୍କୁ ଓଡ଼ିଶା ସିଟିଜେନ ଆୱାର୍ଡ଼ ମିଳିଛି। ଅଧିକ ପଢ଼ନ୍ତୁ

coffee farmer sushant panda received odisha citizen award 2022
କଫି ଚାଷରେ ସ୍ବତନ୍ତ୍ର ପରିଚୟ, ସୁଶାନ୍ତ ପଣ୍ଡାଙ୍କୁ ଓଡ଼ିଶା ସିଟିଜେନ ଆୱାର୍ଡ଼

By

Published : Oct 14, 2022, 5:50 PM IST

କୋରାପୁଟ: ଜିଲ୍ଲାରେ ଉତ୍ପାଦିତ କଫି ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡରେ ଦେଶବିଦେଶ ବେଶ୍ ଆଦୃତ ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ଜିଲ୍ଲାର ଅନେକ ଲୋକେ କଫି ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି । ଜିଲ୍ଲାର ଜଣେ ଯୁବ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡାଙ୍କୁ ଘରୋଇ ଟେଲିଭିଜନ ଲିମିଟେଡ ପକ୍ଷରୁ ଚଳିତ ବର୍ଷର ଓଡ଼ିଶା ସିଟିଜେନ ଆୱାର୍ଡ଼ ମିଳିଛି ।

କଫି ଚାଷରେ ସ୍ବତନ୍ତ୍ର ପରିଚୟ

କୋରାପୁଟ ରୁ ପ୍ରାୟ 20 କିମି ଦୂରରେ ରାଜୁଗୁଡା ଗାଁ । ଅନ୍ୟ ଯେ କୌଣସି ଏକ ଆଦିବାସୀ ଗାଁ ଟିଏ ଭଳି ଏହି ଗାଁ ଟି ମଧ୍ୟ ଏକ ଅଖ୍ୟାତ ପଲ୍ଲୀ ଭାବେ ଲୋକଲୋଚନ ର ଆଢ଼ୁଆଳରେ ରହିଯାଇଥାନ୍ତା । ହେଲେ କୋରାପୁଟ ଜିଲ୍ଲା ରାଜୁଗୁଡା ଗ୍ରାମର ଯୁବ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜ୍ୟୋସ୍ନା ରାଣୀ ପଣ୍ଡାଙ୍କ ମିଳିତ ପ୍ରୟାସରେ ଏହି ଗାଁକୁ ନୂଆ ପରିଚୟ ଦେଇଛନ୍ତି । ଏହି ଦମ୍ପତ୍ତି ରାଜୁଗୁଡା ଗାଁରେ କଫି ବଗିଚା ସୃଷ୍ଟି କରିଛନ୍ତି । ଗତ କୋଡିଏରୁ ତିରିଶ ବର୍ଷ ହେବ ଏହି ଅଞ୍ଚଳବାସୀଙ୍କୁ ବର୍ଷ ତମାମ କାମ ଦେଇ ସେମାନଙ୍କ ରୋଜଗାରର ପନ୍ଥା ସାଜିଛନ୍ତି । ପ୍ରାକୃତିକ ପ୍ରଣାଳୀରେ ଏଠାରେ କଫି ତିଆରି ହେଉଛି । ପ୍ରଥମେ ଗଛରୁ କଫି ମଞ୍ଜି ତୋଳି ତାହାକୁ ଗୁଣ୍ଡ କରି କଫି ପ୍ରସ୍ତୁତ କରାଯାଉଛି । ଏକର ଏକର ବ୍ୟାପି ଏହି କଫି ବଗିଚାର ସୋନ୍ଦର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ କଫିର ମଜା ନେବାକୁ ଅନେକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । କଫି ତିଆରିର ପ୍ରତ୍ୟେକ ପ୍ରଣାଳୀକୁ ଫଟୋ ମାଧ୍ୟମରେ ପ୍ରଦର୍ଶନୀ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ମହକୁଛି କୋରାପୁଟ କଫି, ବଗିଚାରେ ମଜା ନେଉଛନ୍ତି ପର୍ଯ୍ୟଟକ

ଏହି ମ୍ୟୁଜିୟମଟି ଓଡ଼ିଶାରେ ପ୍ରଥମ ଥର ହୋଇଥିବା ବେଳେ ପର୍ଯ୍ୟଟକଙ୍କୁ ଏହା ବହୁ ପରିମାଣରେ ଆକୃଷ୍ଟ କରୁଛି ବୋଲି କଫି ଉଦ୍ୟୋଗୀ କହିଛନ୍ତି । କଫିକୁ କେବଳ ଚାଷରେ ସୀମିତ ନ ରଖି ବଗିଚା ମାଧ୍ୟମରେ ପର୍ଯ୍ୟଟନର ପ୍ରସାର କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସୁଶାନ୍ତ ପଣ୍ଡା । ତାଙ୍କୁ ମିଳିଥିବା ଏହି ସଫଳତା କୋରାପୁଟର ଅନେକ ଯୁବପୀଢ଼ିଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details