ଓଡିଶା

odisha

ETV Bharat / state

କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ, କୋରାପୁଟ କଫି ଚାଷରେ ସାମିଲ ହେବେନି ମନରେଗା ଶ୍ରମିକ - କୋରାପୁଟ କଫି

କୋରାପୁଟ ଅଞ୍ଚଳରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଥିବା ଯୋଗୁଁ ଏହିଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଚାଷ ଆରମ୍ଭ କରାଯାଇଥିଲା । 48 ବର୍ଷ ମଧ୍ୟରେ 3 ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ କଫି ଚାଷ କରାଯାଉଛି । ତିନି ହଜାର ଖୁଦ୍ର ଚାଷୀ ଏହି ଚାଷ କରି ଲାଭାନ୍ଵିତ ହେଉଛନ୍ତି । କୋରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ଏମଜିଏନଆରଇଜିଏରେ କାମ ଯୋଗାଇ ଦିଆଯାଇଥିଲା । ହେଲେ ମନରେଗାରେ କର୍ମ ଯୋଗାଣ ଅନ୍ତର୍ଭୁକ୍ତ ନକରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଜିଲ୍ଲା ପ୍ରଶାସନ, ଗରିବ ଚାଷୀ ଓ ମୂଲିଆ ଚିନ୍ତାଗ୍ରସ୍ତ ।

କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ, କୋରାପୁଟ କଫିଚାଷରେ ସାମିଲ ହେବେନି ମନରେଗା ଶ୍ରମିକ କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ, କୋରାପୁଟ କଫିଚାଷରେ ସାମିଲ ହେବେନି ମନରେଗା ଶ୍ରମିକ
କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ, କୋରାପୁଟ କଫିଚାଷରେ ସାମିଲ ହେବେନି ମନରେଗା ଶ୍ରମିକ

By

Published : Aug 30, 2020, 6:51 PM IST

Updated : Aug 30, 2020, 9:09 PM IST

କୋରାପୁଟ: କୋରାପୁଟ କଫି, ଖାଲି କୋରାପୁଟରେ ନୁହେଁ ଦେଶ ବିଦେଶରେ ମଧ୍ୟ ଏହା ଖୁବ ଖ୍ୟାତି ଉପଲବ୍ଧି କରିଛି । କୋରାପୁଟ କଫିର ମହକରେ ବାସୁଛି ରାଜ୍ୟର ସମସ୍ତ କ୍ୟାଫେ। ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ପ୍ରୟାସରେ କୋରାପୁଟରେ କଫି ଦାନାର ବିକ୍ରି ବାର୍ଷିକ ୧୨ କୋଟିରୁ ଉର୍ଦ୍ଧ୍ୱ ହେଉଛି । ହେଲେ କେନ୍ଦ୍ର ସରକାର କଫି ଓ ଚା ସମ୍ପର୍କିତ କୌଣସି କାର୍ଯ୍ୟରେ ମନରେଗା ମାଧ୍ୟମରେ କର୍ମ ଯୋଗାଣ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଚିନ୍ତିତ ଥିବାବେଳେ ଗରିବ କଫି ଚାଷୀ ଓ ଦିନ ମଜୁରିଆ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ, କୋରାପୁଟ କଫିଚାଷରେ ସାମିଲ ହେବେନି ମନରେଗା ଶ୍ରମିକ

ଏନେଇ ଜିଲ୍ଲା ପ୍ରଶାସନ ଚିନ୍ତିତ ହେଉଥିବାବେଳେ ଗରିବ ଚାଷୀ ଓ ମୂଲିଆ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜିଲ୍ଲାରେ ଅନ୍ୟୁନ ତିନି ହଜାର ଖୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଉଥିବା ବେଳେ ଏହି କଫି ବଗିଚା ଗୁଡିକରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି ବୋଲି କଫି ବୋର୍ଡ଼ ର ବରିଷ୍ଠ ସମ୍ପ୍ରସାରଣ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।

କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ, କୋରାପୁଟ କଫି ଚାଷରେ ସାମିଲ ହେବେନି ମନରେଗା ଶ୍ରମିକ

କୋରାପୁଟ ଜିଲ୍ଲାରେ ଅନ୍ୟୁନ ତିନି ହଜାର କ୍ଷୁଦ୍ର ଚାଷୀ ଓ ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଉଛନ୍ତି । ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଦିନ ମଜୁରିଆ କଫି ବଗିଚାରେ କାମ ପାଉଥିବା ଯୋଗୁଁ ଦାଦନ ଖଟିବା ପାଇଁ ପଡୋଶୀ ରାଜ୍ୟକୁ ଯିବା ଘଟଣାକୁ ମଧ୍ୟ ହ୍ରାସ କରିଛି । କଫି ଚାଷକୁ ନେଇ ଜିଲ୍ଲା ପ୍ରଶାସନ ବହୁତ ସ୍ୱପ୍ନ ଦେଖିଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶ ଏକ ଶକ୍ତ ଝଟକା ଦେଇଛି । କୋରୋନା ସଂକ୍ରମଣ ସମୟରେ ଗତ କିଛି ମାସ ଧରି ଦେଶର ବିଭିନ୍ନ ସ୍ଥାନରୁ ଫେରି ଆସିଥିବା ଶ୍ରମିକଙ୍କୁ ଏମଜିଏନଆରଇଜିଏରେ ଅନ୍ତର୍ଭୁକ୍ତ କରି କାମ ଯୋଗାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏତେ ଶ୍ରମିକଙ୍କୁ କର୍ମ ଯୋଗାଇଦେବା ମଧ୍ୟ କାଠିକର ପାଠ ହେବ ବୋଲି କୋରାପୁଟ ଫାର୍ମରସ ଆସୋସିଏସନ (କେଏଫଏ) ର ସମ୍ପାଦକ ଶରତ ପଟ୍ଟନାୟକ ମତ ରଖିଛନ୍ତି । ତୁରନ୍ତ ସରକାର ଏହି ନିଷ୍ପତ୍ତିରେ ପୁନର୍ବିଚାର କରିବା ଆବଶ୍ୟକ ହୋଇପଡିଥିବା ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 30, 2020, 9:09 PM IST

For All Latest Updates

ABOUT THE AUTHOR

...view details