ଓଡିଶା

odisha

ETV Bharat / state

କୋରାପୁଟରେ ଉନ୍ନୟନମୂଳ କାର୍ଯ୍ୟ: ଖର୍ଚ୍ଚ ହେବ 8.34 କୋଟି - କୋରାପୁଟରେ ଉନ୍ନୟନମୂଳ କାର୍ଯ୍ୟ

କୋରାପୁଟରେ ଆରମ୍ଭ ହେବ ଉନ୍ନୟନମୂଳକ କାର୍ଯ୍ୟ । ଏଥିଲାଗି ମୁଖ୍ୟମନ୍ତ୍ରୀ ମୋଟ 8.34 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

କୋରାପୁଟରେ ଉନ୍ନୟନମୂଳ କାର୍ଯ୍ୟ: ଖର୍ଚ୍ଚ ହେବ 8.34 କୋଟି ଟଙ୍କା
କୋରାପୁଟରେ ଉନ୍ନୟନମୂଳ କାର୍ଯ୍ୟ: ଖର୍ଚ୍ଚ ହେବ 8.34 କୋଟି ଟଙ୍କା

By

Published : Nov 19, 2021, 8:06 PM IST

କୋରାପୁଟ:ଜିଲ୍ଲାରେ ଆରମ୍ଭ ହେବ ବିକାଶମୂଳ କାର୍ଯ୍ୟ । ଏଥିଲାଗି ଖର୍ଚ୍ଚ ହେବ 8.34 କୋଟି ଟଙ୍କା । ତେବେ ଏହି ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

କୋରାପୁଟରେ ଉନ୍ନୟନମୂଳ କାର୍ଯ୍ୟ: ଖର୍ଚ୍ଚ ହେବ 8.34 କୋଟି ଟଙ୍କା

ଏଥିରେ ସହରାଞ୍ଚଳରେ ସୌନ୍ଦର୍ଯ୍ୟକରଣ ନିମନ୍ତେ 4.58 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ସବୁ କାର୍ଯ୍ୟ ମିଶନ ଶକ୍ତି ସହ ସମ୍ପୃକ୍ତ ମହିଳା ଗୋଷ୍ଠୀ ମାନଙ୍କ ଦ୍ବାରା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସ୍ପଷ୍ଟ କରିଛନ୍ତି । ରାସ୍ତା , ପାର୍କ, ଓପନ ଜିମ୍ନାସିଅମ, ନାଳ ନିର୍ମାଣ ପ୍ରଭୃତି 95ଟି ପ୍ରକଳ୍ପ ନିର୍ମାଣ ହେବ । ପରେ ଜିଲ୍ଲାର ନକ୍ସା ବଦଳିବ । ଏହି ବିକାଶମୂଳକ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ଖୁସିବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details