ଓଡିଶା

odisha

ETV Bharat / state

କୋଟିଆରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ଉଦଘାଟନ ନେଇ ଅସନ୍ତୋଷ - କୋଟିଆରେ ବିକାଶମୂଳକ କାର୍ଯ୍ୟର ଉଦଘାଟନ

କୋଟିଆରେ ଭିଡିଓ କନଫରେନ୍ସିଂ ଯୋଗେ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ରାଜନୈତିକ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ...

କୋଟିଆରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ଉଦଘାଟନ ନେଇ ଅସନ୍ତୋଷ
କୋଟିଆରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ଉଦଘାଟନ ନେଇ ଅସନ୍ତୋଷ

By

Published : Feb 3, 2021, 10:41 PM IST

କୋରାପୁଟ:ବିବାଦୀୟ ଅଞ୍ଚଳ କୋଟିଆରେ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଶୁକ୍ରବାର ମୁଖ୍ୟମନ୍ତ୍ରୀ କୋଟିଆବାସୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବେ ଏବଂ ଏହିଠାରେ ହସ୍ପିଟାଲ, ହଷ୍ଟେଲ, ରାସ୍ତା ପ୍ରଭୃତିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଏହି ଦିଗରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଚିର ଅବହେଳିତ କୋଟିଆ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନିଜେ ନ ଆସି ଭିସି ଯୋଗେ କାର୍ଯ୍ୟ ସମ୍ପାଦନକୁ ନେଇ ସରକାରଙ୍କ ଇଚ୍ଛାଶକ୍ତି ଉପରେ ପ୍ରଶ୍ନ କରିଛନ୍ତି ବିଭିନ୍ନ ରାଜନେତା ।

କୋଟିଆରେ ଭିସି ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ଉଦଘାଟନ ନେଇ ଅସନ୍ତୋଷ

କୋଟିଆ ଓଡିଶାର ଏକ ଅଭିନ୍ନ ଅଙ୍ଗ ହୋଇଥିଲେ ମଧ୍ୟ ଗତ କିଛି ବର୍ଷ ଧରି ଆନ୍ଧ୍ରପ୍ରଦେଶ ସରକାର ଏଠାକାର ବାସିନ୍ଦାଙ୍କୁ ଜଳ, ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭତ୍ତା ଭଳି ଅନେକ ମୌଳିକ ସୁବିଧା ଯୋଗାଇ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଗସ୍ତ କରି ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ଓଡିଶା ପ୍ରତି ହରାଉଥିବା ଅଞ୍ଚଳବାସୀଙ୍କ ବିଶ୍ବାସକୁ ପୁଣି ଥରେ ଫେରି ପାଆନ୍ତେ ବୋଲି କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ମତ ରଖିଛନ୍ତି । ସେହିପରି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନକୁ ନାପସନ୍ଦ କରିଛନ୍ତି ।

କୋଟିଆ ଅଞ୍ଚଳରେ ଦୋରା, ମାଳି, କମାର ଓ ଅନ୍ୟାନ୍ୟ ଜନଜାତିକୁ ଆନ୍ଧ୍ରପ୍ରଦେଶ ଆଦିବାସୀ ମାନ୍ୟତା ଦେଇ ସେମାନଙ୍କ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ଦେଉଥିବାବେଳେ ଓଡିଶା ସରକାରଙ୍କ ପାଖରେ ଅଞ୍ଚଳବାସୀଙ୍କ ନିବେଦନକୁ ଅଣଦେଖା କରାଯାଇଛି ବୋଲି ଜୟରାମ ପାଙ୍ଗି ଅଭିଯୋଗ କରିଛନ୍ତି । ଏହାସହ ଭିସି ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details