ଓଡିଶା

odisha

ETV Bharat / state

ପୁଣି ଚର୍ଚ୍ଚାରେ ଆବାସିକ ବିଦ୍ୟାଳୟ, ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ - Koraput residental school

ରାଜ୍ୟରେ ଲଜ୍ଜା । ଗର୍ଭବତୀ ହେଲେ ନବମ ଶ୍ରେଣୀର ନାବାଳିକା । ବିବାହ ପ୍ରଲୋଭନ ଦେଖାଇ କାର୍ଯ୍ୟରତ ରୋଷେୟା ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ ।

ଡିଜାଇନ ଫଟୋ

By

Published : Aug 28, 2019, 11:33 AM IST

Updated : Aug 28, 2019, 12:21 PM IST

କୋରାପୁଟ: ପୁଣି ଲଜ୍ୟା । ଗର୍ଭବତୀ ହେଲେ ନାବାଳିକା । କୋରାପୁଟ ଜିଲ୍ଲାର ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ସାରା ରାଜ୍ୟରେ ପୁଣି ଥରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରୀ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଉପାନ୍ତ ଗ୍ରାମର । ସେ ନନ୍ଦପୁର ବ୍ଲକ ସ୍ଥିତ ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ । ସେଠାରେ ବିବାହ ପ୍ରଲୋଭନ ଦେଖାଇ କାର୍ଯ୍ୟରତ ରୋଷେୟା ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି ଘଟଣାଟି ଲୋକଲୋଚନକୁ ଆସିବା ଭୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ଜଣଙ୍କୁ ଦଶମନ୍ତପୁର ବ୍ଲକରେ ଥିବା ତାଙ୍କ ଘରେ ଛାଡ଼ିଦେଇଥିଲେ । କିନ୍ତୁ ବର୍ତ୍ତମାନ ଘଟଣା ପ୍ରଘଟ ହେବାପରେ ପ୍ରଶାସନ ତତ୍ପରତା ଦେଖାଇଛି ।

ଏହି ମାମଲାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ କହିଛନ୍ତି ଯେ ପୀଡିତାଙ୍କୁ ପୁଣିଥରେ ଵିଦ୍ୟାଳୟକୁ ନିଆଯାଇ ତଦନ୍ତ ଆରମ୍ଭ କରାଯିବ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଦାଖଲ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟ ପଟେ ନନ୍ଦପୁର ପୋଲିସ ଅଭିଯୁକ୍ତ ରୋଷେୟାଙ୍କୁ ଗିରଫ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ ଗୁଡିକରେ ଛାତ୍ରୀଙ୍କ ସୁରକ୍ଷା ଓ ସେ ସମ୍ପର୍କରେ ଥିବା ଆଇନ ବିଷୟରେ ବାରମ୍ବାର ସୂଚନା ଦିଆଯାଉଥିବା ସତ୍ତ୍ବେ ଏପରି ଘଟଣା ଘଟିବା ଚିନ୍ତାର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ରାଜ୍ୟରେ ସମସ୍ତ ବିଦ୍ୟାଳୟ ମାନଙ୍କରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଅପରାଧ କମାଇବା ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସେ କହିଛନ୍ତି ।

ସୂଚନା ଅନୁସାରେ ରାଜ୍ୟରେ ବାରମ୍ବାର ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ଘଟଣା ଘଟୁଛି । ଯାହା ବିଦ୍ୟାଳୟମାନଙ୍କରେ ସରକାରୀ ବ୍ୟବସ୍ଥା ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।


କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Aug 28, 2019, 12:21 PM IST

ABOUT THE AUTHOR

...view details