କୋରାପୁଟ : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ପୁଣି ଥରେ ଫାଟ ଦେଖା ଦେଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ ତଥା ମନ୍ଦିର ପରିଚାଳନା ବିଷୟରେ ଆଲୋଚନା ନେଇ ଅନୁଷ୍ଠିତ ବୈଠକରେ କିଛି ସଦସ୍ୟ ସମସ୍ତଙ୍କ ଉପରେ ଜବରଦସ୍ତ ନିଷ୍ପତ୍ତି ଲଦି ଦେବାର ପ୍ରୟାସ କରୁଥିବା ମନ୍ଦିର ପରିଚାଳନା କମିଟିର ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ସେହି କହିଛନ୍ତି । ଗତ ଥର ଆୟୋଜିତ ରଥଯାତ୍ରାରେ ପ୍ରଥମ ଥର ପାଇଁ କୋରାପୁଟ ବଡ଼ ଦାଣ୍ଡରେ ତିନୋଟି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଗତ କମିଟି ଆରମ୍ଭ କରିଥିବା ଏକ ଐତିହାସିକ ପରମ୍ପରାକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି କେବଳ ଗୋଟିଏ ରଥ ନିର୍ମାଣ କରିବାର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ମନ୍ଦିର ପରିଚାଳନା କମିଟି ଉପସଭାପତି ।
ଏଥି ସହିତ ମନ୍ଦିର ଦ୍ଵାରା ପରିଚାଳିତ ଲଜିଂରେ ପର୍ଯ୍ୟଟକଙ୍କ ସଂଖ୍ୟା ଅତ୍ୟଧିକ ନଥିବା ବେଳେ ବିନା କୌଣସି ବିସ୍ତୃତ ଆଲୋଚନା ନ କରି ନୂତନ ଭାବେ 47ଟି ଟିଭି କିଣିବାର ନିଷ୍ପତ୍ତିକୁ ଦୃଢ ବିରୋଧ ହୋଇଛି । ବୈଠକର ଏକ ସଙ୍କଳ୍ପରେ ଗୋଟିଏ ରଥ ନିର୍ମାଣ ଓ 47ଟି ଟିଭି କିଣିବା ପାଇଁ ସମସ୍ତେ ସମ୍ମତ ଥିବା ଦର୍ଶାଇ ଏଥିରେ ସହମତ ନଥିବା ଦର୍ଶାଇ ସେଥିରେ ଦସ୍ତଖତ କରିବା ପାଇଁ ସେ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କମିଟିର କିଛି ସଦସ୍ୟ ତାଙ୍କୁ ସଙ୍କଳ୍ପନାମାରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି କମିଟି ଉପସଭାପତି । ମନ୍ଦିର ପ୍ରତିଷ୍ଠା ସମୟରୁ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସିଥିବା ଯୋଗୁଁ ଅତ୍ୟନ୍ତ କ୍ଷୋଭର ସହ ସେହି ସଦସ୍ୟଙ୍କ ଚାପରେ ବାଧ୍ୟ ହୋଇ ଦସ୍ତଖତ କରିଥିଲେ ହେଁ ନିଜ ବିରୋଧକୁ ସେହି ସଙ୍କଳ୍ପ ସ୍ପଷ୍ଟ ଭାବେ ଲେଖି ନିଜ ସ୍ବାଭିମାନର ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପରିତ୍ୟାଗ କରି ଚାଲିଯାଇଥିବା ଜଣାଇଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ।