କୋରାପୁଟ: 2 ବର୍ଷ ପରେ ଦୂର ହୋଇଛି ଦଶମନ୍ତପୁରର ଦୁଃଖ । ବଦଳଛି ନଗ୍ନ ସ୍ବାସ୍ଥ୍ୟ ସେବାର ସଙ୍ଗୀନ ଚିତ୍ର । ଆଉ ଏହାକୁ ସଫଳ କରିଦେଖାଇଛନ୍ତି ଡାକ୍ତର ଚିତ୍ତରଞ୍ଜନ ଜେନା । ନିଜ ପକେଟ କାଟି ସେ ଦେଖିଛନ୍ତି ଗାଁକୁ ସ୍ବର୍ଗ କରିବାର ସ୍ବପ୍ନ । ଆଉ ସେଥିପାଇଁ ସେ ଆରମ୍ଭ କରିଛନ୍ତି 'ମୋ ଗାଁ ମୋ ସ୍ୱର୍ଗ ଯୋଜନା' ।
କଟକରେ ପାଠ ପଢୁଥିବାବେଳେ ଝାଡାବାନ୍ତିରେ ଉପାନ୍ତ ଅଞ୍ଚଳ କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିରିଲିଗୁମ୍ମାର ୩୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟଣା ତାଙ୍କୁ ମର୍ମାହତ କରିଥିଲା । ଆଜି ସେ ସେହି ଅଞ୍ଚଳର ଡାକ୍ତର । ଏହି ଗ୍ରାମବାସୀଙ୍କ ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିଛନ୍ତି ଚିତ୍ତରଞ୍ଜନ । ଡାକ୍ତରଖାନା ଆସୁ ପାରୁନଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚୁଛି । ଆଉ ସାଥିରେ ପହଞ୍ଚୁଛି ମାଗଣା ଔଷଧ, ସଚେତନତା ଏବଂ ଭଲପାଇବା ।
ଆଉ ସେ ପାଦରେ ଚାଲି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇଥାଆନ୍ତି । ସେ ମାଇଲ ମାଇଲ ଦୁର୍ଗମ ବାଟ ପାଦରେ ଚାଲି ସ୍ବାସ୍ଥ୍ୟ ସେବା ସୁବିଧା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରବାସୀ ଓଡିଆ ବିକାଶ ସମିତି ପକ୍ଷରୁ ଦିଲ୍ଲୀଠାରେ ସମ୍ମାନିତ କରାଯାଇଛି ।
ତେବେ ସେ ଏକା ନୁହଁନ୍ତି, ତାଙ୍କ ସହିତ ୯ ଜଣ ସହଯୋଗୀ ମଧ୍ୟ ଅଛନ୍ତି । ଏହି କମିଟିର ନାଁ ସେ ଦେଇଛନ୍ତି, 'ଗାଁକୁ ଚାଲ କମିଟି'।