ଓଡିଶା

odisha

ETV Bharat / state

କୋରାପୁଟ ମେଡିକାଲ କଲେଜରୁ ଶିଶୁ ନିଖୋଜ ଘଟଣା: ବନ୍ଧା ହେଲେ 5 ଅଭିଯୁକ୍ତ - ଶିଶୁ ନିଖୋଜ ଘଟଣା

କୋରାପୁଟ ମେଡିକାଲ କଲେଜରୁ ଶିଶୁ ନିଖୋଜ ଘଟଣା । ବନ୍ଧା ହେଲେ 5 ଅଭିଯୁକ୍ତ । ଅଧିକ ପଢନ୍ତୁ...

child missing in koraphut medical collage isssue ,5 arrsted
କୋରାପୁଟ ମେଡିକାଲ କଲେଜରୁ ଶିଶୁ ନିଖୋଜ ଘଟଣା : ବନ୍ଧା ହେଲେ 5 ଅଭିଯୁକ୍ତ

By

Published : Feb 15, 2021, 4:42 PM IST

କୋରାପୁଟ:କୋରାପୁଟ ମେଡିକାଲ କଲେଜରୁ ଶିଶୁ ନିଖୋଜ ଘଟଣା। ଏହି ମାମାଲାରେ ବନ୍ଧା ହେଲେ 5 ଅଭିଯୁକ୍ତ । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ନବରଙ୍ଗପୁର ସିଲକଗୁଡା ଗାଁର ତୁଳସୀନା ଗୌଡ଼ ନାମକ ଜଣେ ମହିଳା ନିଜ ଘରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ପରିବାର ଲୋକେ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ହସପିଟାଲ ପହଞ୍ଚିବା ବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିକୁ ମଧ୍ୟ ମେଡିକାଲର ଏସଏନସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

କୋରାପୁଟ ମେଡିକାଲ କଲେଜରୁ ଶିଶୁ ନିଖୋଜ ଘଟଣା : ବନ୍ଧା ହେଲେ 5 ଅଭିଯୁକ୍ତ

ହେଲେ ଶିଶୁଟିର ଜେଜେମା , ତାଙ୍କ ସମ୍ପର୍କୀୟ ଓ ଗାଁ ଅନ୍ୟଜଣେ ଯୁବକ ମିଳିମିଶି ଶିଶୁଟିକୁ ମୁଣ୍ଡାଗୁଡାର ଜଣେ ଦମ୍ପତିଙ୍କ ହାତକୁ ଟେକିଦେଇଥିଲେ । ପରେ ନାଟକୀୟ ଢଙ୍ଗରେ ଶିଶୁଟି ନିଖୋଜ ହୋଇଯାଇଥିଲେ ବୋଲି ପରିବାର ଲୋକଙ୍କୁ କହିଥିଲେ । ଏନେଇ ଥାନାରେ ଶିଶୁ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେଇଥିଲେ ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ନବଜାତକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ଏହି ଘଟଣାରେ ଶିଶୁର ଜେଜେମାଙ୍କ ସମତେ ତାଙ୍କ ସମ୍ପର୍କୀୟ ,ସେହି ଗାଁର ଯୁବକ ଓ ଶିଶୁକୁ ନେଇଥିବା ଦମ୍ପତିଙ୍କୁ ଗିରଫ କରିଛି ବୋଲି କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି । ସେପଟେ, ବିନା ଯାଞ୍ଚରେ ହସ୍ପିଟାଲ କର୍ତ୍ତୃପକ୍ଷ ଏସଏନସିୟୁରୁ ଶିଶୁକୁ ହସ୍ତାନ୍ତର କରିବା ଓ ହସ୍ପିଟାଲର ସମସ୍ତ ସିସିଟିଭି କାମ ନ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ଏହିସବୁ ଦିଗରେ ମଧ୍ୟ ଦୃଷ୍ଟି ଦେବା ପାଇଁ ମତ ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details