ଓଡିଶା

odisha

By

Published : Nov 27, 2021, 4:23 PM IST

ETV Bharat / state

BSKY ସ୍ମାର୍ଟ କାର୍ଡରେ ସାମିଲ ହେଲା କୋରାପୁଟ, ଉପକୃତ ହେବେ ୧୨ ଲକ୍ଷ

କୋରାପୁଟରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ।

BSKY ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କୋରାପୁଟ, ଉପକୃତ ହେବେ ୧୨ ଲକ୍ଷ ହିତାଧିକାରୀ
BSKY ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କୋରାପୁଟ, ଉପକୃତ ହେବେ ୧୨ ଲକ୍ଷ ହିତାଧିକାରୀ

କୋରାପୁଟ : ଜିଲ୍ଲାରେ ବଣ୍ଟା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ (bsky smart health card distribution in koraput) । ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଏ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ 3.7 ଲକ୍ଷ ରୁ ଅଧିକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରାଯାଇଥିଲା । ଏହାସହ 866 କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ଭିସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କୋରାପୁଟ ଜିଲ୍ଲା ସଦର ମହକୁମାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତି ରହିଥିଲେ ।

BSKY ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କୋରାପୁଟ, ଉପକୃତ ହେବେ ୧୨ ଲକ୍ଷ ହିତାଧିକାରୀ

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ଶିଳାନ୍ୟାସ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ବଳକା ପଡିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହିସ୍ମାର୍ଟ କାର୍ଡ ମାଧ୍ୟମରେ 1589 ଟି ଚିହ୍ନଟ ହୋଇଥିବା ରୋଗ ମଧ୍ୟରୁ 46 ଟି ରୋଗର ଚିକିତ୍ସା ସ୍ଥାନୀୟ ସରକାରୀ ଚିକିତ୍ସାଳୟ ଠାରୁ ଆରମ୍ଭ କରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବିନା ଖର୍ଚ୍ଚରେ ଯୋଗାଇ ଦିଆଯିବ । 155ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବେସରକାରୀ ହସ୍ପିଟାଲରୁ ଚିକିତ୍ସା ସୁବିଧା ମିଳିବ ।

ତେବେ ସର୍ବାଧିକ 1589ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସ୍ମାର୍ଟ କାର୍ଡ ବ୍ୟବହାର କରି ସରକାରଙ୍କ ଦ୍ବାରା ସ୍ଥିରୀକୃତ ବେସରକାରୀ ଚିକିତ୍ସାଳୟରେ ବିନା ଖର୍ଚ୍ଚରେ ଚିକିତ୍ସିତ ହୋଇ ପାରିବେ ବୋଲି ଡାକ୍ତର ବେଉରା ସ୍ପଷ୍ଟ କରିଛନ୍ତି । ଏଥିପାଇଁ କୋରାପୁଟ ଓ ଜୟପୁରରେ ଗୋଟିଏ ଲେଖାଏଁ ବେସରକାରୀ ହସ୍ପିଟାଲକୁ ଚୟନ କରାଯାଇଥିବା ବେଳେ ଓଡ଼ିଶାର ଆଉ କିଛି ହସ୍ପିଟାଲ ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଚାରୋଟି ବେସରକାରୀ ହସ୍ପିଟାଲକୁ ସାମିଲ କରାଯାଇଛି । ଏହି ସମସ୍ତ ବେସରକାରୀ ହସ୍ପିଟାଲରେ ପୁରୁଷଙ୍କ ପାଇଁ 5 ଲକ୍ଷ ଓ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚକୁ ସ୍ମାର୍ଟକାର୍ଡର ବ୍ୟବହାର ମାଧ୍ୟମରେ ଓଡିଶା ସରକାର ବହନ କରିବେ ବୋଲି ଡାକ୍ତର ବେଉରା ଜଣାଇଛନ୍ତି ।ତେବେ, ମୋଟ ୧୨ ଲକ୍ଷ ହିତାଧିକାରୀଙ୍କୁ ଏ କାର୍ଡ ବଣ୍ଟା ଯିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details