ଓଡିଶା

odisha

ETV Bharat / state

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାଁରେ ନକଲି ନୋଟିସ ଭାଇରାଲ, ସଫେଇ ଦେଲେ କର୍ତ୍ତୃପକ୍ଷ

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଆଲର୍ଟ । ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଭାଇରାଲ ହେଉଥିବା ନୋଟିସ ନକଲି । ଏ ନେଇ ସଚେତନ କରାଇ ସ୍ପଷ୍ଟୀକରଣ ଦେଲେ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ..

By

Published : Apr 5, 2021, 9:57 PM IST

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାଁରେ  ନକଲି ନୋଟିସ ଭାଇରାଲ, ସଫେଇ ଦେଲେ କର୍ତ୍ତୁପକ୍ଷ
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାଁରେ ନକଲି ନୋଟିସ ଭାଇରାଲ, ସଫେଇ ଦେଲେ କର୍ତ୍ତୁପକ୍ଷ

ଭୁବନେଶ୍ବର:ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ନାଁରେ ନକଲି ନୋଟିସ ଜାରି ମାମଲା । ଏ ନେଇ ସଫେଇ ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାଁରେ ନକଲି ନୋଟିସ ଭାଇରାଲ, ସଫେଇ ଦେଲେ କର୍ତ୍ତୁପକ୍ଷ

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତକୁ ନକଲ କରି କିଛି ଦୁବୃର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ଏକ ନୋଟିସ । ଏଥିରେ ଲେଖାଅଛି କି ବିଶ୍ବବିଦ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ । ତେବେ ଏହା ମିଥ୍ୟା ନୋଟିସ । ଏହି ନକଲି ନୋଟିସ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ବୋଲି ସଫେଇ ଦେଇଛି ବିଶ୍ବବିଦ୍ୟାଳୟ ।

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାମରେ କିଛି ଦୁବୃର୍ତ୍ତ ନକଲି ନୋଟିସ ଜାରି କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ତେଣୁ ବିଶ୍ବବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ସେମାନେ ଏଭଳି ନକଲି ନୋଟିସକୁ ଧ୍ୟାନ ଦିଅନ୍ତୁ ନାହିଁ । ଏ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏ ସମ୍ବନ୍ଧରେ ନିଷ୍ପତି ନିଆଗଲେ ତାହା ବିଶ୍ବବିଦ୍ୟାଳୟର ଅଫିସିଆଲ ୱେବସାଇଟ ଏବଂ ଗଣମାଧ୍ୟମ ଜରିଆରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଜଣାଇ ଦିଆଯିବ ।

ତେବେ ଯେବେ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ନିଆଯାଇ ନାହିଁ, ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ଜାରି ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details