ଓଡିଶା

odisha

ETV Bharat / state

ଷ୍ଟାଡିୟମର ଘାସକୁ ଜଗିବ ସିସିଟିଭି

ଷ୍ଟାଡିୟମରେ ଲାଗିଥିବା ଘାସ ଜଗିବ ସିସିଟିଭି । ଅଧିକ ପଢନ୍ତୁ....

ଷ୍ଟାଡିଅମର ଘାସକୁ ଜଗିବ ସିସିଟିଭି
ଷ୍ଟାଡିଅମର ଘାସକୁ ଜଗିବ ସିସିଟିଭି

By

Published : Jan 27, 2021, 8:59 PM IST

କୋରାପୁଟ: ଘାସ ଲାଗିବା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା କୋରାପୁଟ ଷ୍ଟାଡିୟମ ଏବେ ଖୋଲିଛି । ଏହାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉଦ୍ଘାଟିତ କରିଥିବା ଜଣାପଡିଛି । ଏହି ପଡ଼ିଆଟିରେ ସ୍ଥାନୀୟ ପିଲା ଓ ଯୁବ ଗୋଷ୍ଠୀ ବର୍ଷ ବର୍ଷ ଧରି କ୍ରିକେଟ , ଫୁଟବଲ ଖେଳୁଥିବା ସହ ଏଥଲେଟିକ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହୋଇଆସିଛି । କିନ୍ତୁ ବର୍ତ୍ତମାନ ଏହି ପଡ଼ିଆରେ କ୍ରିକେଟ ଖେଳିବା ପାଇଁ ପିଚ କିମ୍ବା ବା ଫୁଟବଲ ଖେଳିବା ପାଇଁ ଗୋଲପୋଷ୍ଟ ନାହିଁ। ଦୌଡ କୁଦ ପାଇଁ ମଧ୍ୟ ସ୍ଥାୟୀ ଟ୍ରାକର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ସବୁଠାରୁ ବଡ କଥା ହେଲା ଏହାର ପାଚେରୀ କାମ ଆରମ୍ଭ ହୋଇନଥିବା ବେଳେ ପଡିଆ ଜଗିବାକୁ ଚାରିପଟେ ସିସିଟିଭି ଲଗାଯିବା ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।

ଷ୍ଟାଡିଅମର ଘାସକୁ ଜଗିବ ସିସିଟିଭି

ଜିଲ୍ଲା ଜଳ ବିଭାଜିକା ବିଭାଗ ଦ୍ବାରା ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପଡିଆରେ ଘାସ ସିନା ଲାଗିଲା ଏହି ପଡ଼ିଆରେ କିଏ ଖେଳିବେ, କଣ ଖେଳିବେ ଓ କେମିତି ଖେଳିବେ ତାହା କ୍ରୀଡ଼ାବିତଙ୍କ ମନରେ ବିରାଟ ପ୍ରଶ୍ନ ହୋଇ ଠିଆ ହୋଇଛି କୋରାପୁଟରେ ପଡ଼ିଆର ଅବସ୍ଥା ଏପରି ଯେ ପିଲାଏ ଖେଳିବାକୁ ଇଚ୍ଛା କଲେ ବି କେଉଁଠି ଖେଳିବେ ତାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି ।

ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଗାଡିର ଲାଇସେନ୍ସ ଦେବା, ଫିଟନେସ ଦେବା ଭଳି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବ୍ୟବହାର କରିଆସୁଛନ୍ତି । ପୋଲିସ ପରେଡ଼ ପଡ଼ିଆକୁ ମଧ୍ୟ ସର୍ବସାଧାରଣଙ୍କ ପ୍ରବେଶରୁ ଦୁରେଇ ରଖାଯାଇଛି ।

କୋରାପୁଟର ହକି ଟିମ, ଭଳିବଲ ବା ଫୁଟବଲ ଟିମ ସବୁବେଳେ କୋରାପୁଟର ନାଁକୁ ରାଜ୍ୟ ସ୍ତରୀୟ କ୍ରୀଡା କ୍ଷେତ୍ରରେ ଉଜ୍ଜଳ ରଖିଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଏମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି ।

କୋରାପୁଟରୁ ସିଏଚ ସାନ୍ତାକାର ,ଇଟିଭି ଭାରତ

ABOUT THE AUTHOR

...view details