ଓଡିଶା

odisha

ETV Bharat / state

ଗହଣା ଦୋକାନରୁ ମହିଳାଙ୍କ ଅଭିନବ ଚୋରି, ସିସିଟିଭିରେ କଏଦ ଦୃଶ୍ୟ - କୋରାପୁଟ ସହରର ପ୍ରତିଷ୍ଠିତ ଗହଣା ଦୋକାନ

କୋରାପୁଟ ସହରର ମୁଖ୍ୟ ବଜାରରେ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନରୁ ଅଭିନବ ଉପାୟରେ ଗହଣା ଚୋରି ହୋଇଛି । ଚୋରି କରିଥିବା ଏହି ତିନି ଜଣିଆ ଦଳରେ 2 ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଥିବା ଦୋକାନର ସିସିଟିଭି ଫୁଟେଜରେ ଦେଖାଯାଇଛି ।

koraput
ଗହଣା ଦୋକାନରୁ ଅଭିନବ ଚୋରି

By

Published : Jan 21, 2020, 11:58 PM IST

କୋରାପୁଟ: ଅଭିନବ ଉପାୟରେ ସୁନା ଗହଣା ଦୋକାନରୁ ଚୋରି ଅଭିଯୋଗ । କୋରାପୁଟ ସହରର ମୁଖ୍ୟ ବଜାରରେ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନରୁ ଅଭିନବ ଉପାୟରେ ଗହଣା ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ସୁନା ଚେନ ଚୋରି କଲାବେଳର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ ।

ଗହଣା ଦୋକାନରୁ ଅଭିନବ ଚୋରି

ଚୋରି କରିଥିବା ଏହି ତିନି ଜଣିଆ ଦଳରେ 2 ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଥିବା ଦୋକାନର ସିସିଟିଭି ଫୁଟେଜରେ ଦେଖାଯାଇଛି । ତିନି ଜଣଙ୍କ ମଧ୍ୟରୁ ପୁରୁଷ ଲୋକଟି ଗହଣା ଦୋକାନିଙ୍କୁ କଥାବାର୍ତାରେ ବାନ୍ଧି ରଖିଥିବା ବେଳେ ଦଳର ଅନ୍ୟ ଦୁଇଜଣ ମହିଳା ଗୋଟାଏ ପରେ ଗୋଟାଏ ସୁନା ଗହଣା ବେକରେ ଲଗାଇ ପରୀକ୍ଷା କରିବାରେ ବ୍ୟସ୍ତ ଥିବାର ଅଭିନୟ କରୁଛନ୍ତି।

ଆଉ ସେହି ଗହଣାରୁ ଅତି ଚତୁରତାର ସହ ଜଣେ ମହିଳା ନିଜ ଭ୍ୟାନିଟ ବ୍ୟାଗ ମଧ୍ୟରେ ଲୁଚାଇ ଭିତରେ ରଖିଦେଉଛନ୍ତି । ଦୋକାନୀଙ୍କ ଅଗୋଚରରେ ଏହି ଘଟଣା ଘଟିଥିବାବେଳେ କୌଣସି ଗହଣା ପସନ୍ଦ ନ ହେବା କହି ସେହି ତିନିଜଣ ଦୋକାନରୁ ବାହାରକୁ ଚାଲିଯାଇଥିଲେ ।

କିନ୍ତୁ ସେମାନେ ଚାଲିଯିବା ପରେ ଗୋଟାଏ ହାର ମିଳୁନଥିବା ଦେଖି ଦୋକାନୀ ରାମା ରାଓଙ୍କ ମନରେ ସନ୍ଦେହ ହେଲା । ସିସିଟିଭି ପୁଟେଜକୁ ପରୀକ୍ଷା କଲାବେଳେ ସେହି ତିନି ଜଣ ଚତୁରତାର ସହ ସେହି ଗହଣାକୁ ହାତେଇ ଥିବା ଜଣାପଡିଥିଲା । ଏନେଇ ସେ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏନେଇ ତଦନ୍ତ କରୁଥିବା ଏସଡିପିଓ ଜଣାଇଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details