ଓଡିଶା

odisha

ETV Bharat / state

ସଙ୍କଟରେ ଲାଭଦାୟକ ଆଖୁ ଚାଷ, ଚିନିକଳ ଦାବିରେ ଚାଷୀ - ବିପଦରେ ଲାଭଦାୟୀ ଆଖୁ ଚାଷ

ସଙ୍କଟରେ ଲାଭଦାୟକ ଫସଲ ଭାବେ ଜଣାଶୁଣା ଆଖୁ ଚାଷ । ବାପ ଅଜା ଅମଳରୁ ଅଳସୀ ଓ ମାଣ୍ଡିଆ ଭଳି ଆଖୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇଆସୁଥିଲେ ଚାଷୀ । ହେଲେ ଏବେ ପ୍ରଶାସନିକ ନିରବତା ଓ ଜମିରେ ଜଳାଭାବ ଯୋଗୁଁ ଆଖୁ ଚାଷରୁ ମୁହଁ ଫେରାଇବାରେ ଲାଗିଛନ୍ତି କୋରାପୁଟର ଆଖୁ ଚାଷୀ ।

Cash crop sugarcane farming in danger, sugarcane farming in koraput, sugarcane farmer demands sugar factory, koraput latest news, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, କୋରାପୁଟରେ ଆଖୁ ଚାଷ, ବିପଦରେ ଲାଭଦାୟୀ ଆଖୁ ଚାଷ, ଚିନି କଳ ନିର୍ମାଣ ଦାବିରେ ଆଖୁ ଚାଷୀ
ସଙ୍କଟରେ ଲାଭଦାୟୀ ଆଖୁ ଚାଷ, ଚିନି କଳ ଦାବିରେ ଚାଷୀ

By

Published : Feb 11, 2020, 7:29 PM IST

କୋରାପୁଟ: ଅନ୍ୟ ଚାଷ ତୁଳନାରେ ଆଖୁଚାଷ ଏକ ଲାଭଦାୟକ ଫସଲ ଭାବେ ଆଦୃତ ହୋଇ ଆସିଛି । ହେଲେ ବାପ ଅଜା ଅମଳରୁ ଅଳସୀ ଓ ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟ ସହିତ ଆଖୁ ଚାଷ କରି ଆସୁଥିବା ଅନେକ ଚାଷୀ ଏବେ ଚିନ୍ତାରେ । ଏନେଇ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କଞ୍ଜାରୀଗୁଡା ଓ ଲକ୍ଷ୍ମୀପୁର ବ୍ଲକର ଅନେକ ଗ୍ରାମର ଚାଷୀ ସରକାରୀ ପ୍ରୋତ୍ସାହନ ଅଭାବରୁ କ୍ଷତି ସହୁଥିବା ଜଣାଇଛନ୍ତି ।

ସଙ୍କଟରେ ଲାଭଦାୟକ ଆଖୁ ଚାଷ, ଚିନି କଳ ଦାବିରେ ଚାଷୀ

ଗତ କିଛି ବର୍ଷ ପୂର୍ବେ ସରକାରଙ୍କ ଦ୍ବାରା ଆଖୁ ଚାଷ କରିବା ପାଇଁ ବିହନ ସାଙ୍ଗକୁ ସାର ଦିଆଯାଇ ପାରମ୍ପରିକ ପଦ୍ଧତିରେ ଆଖୁ ଚାଷ କରିଆସୁଥିବା ଏହି ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଜମିରେ ଦେଖାଯାଇଥିବା ଜଳାଭାବ ଓ ତା’ ସାଙ୍ଗକୁ ପ୍ରଶାସନିକ ନୀରବତା ଯୋଗୁଁ ଚାଷୀ ଆଖୁ ଚାଷରୁ ମୁହଁ ଫେରାଇ ନେଉଥିବା କଞ୍ଜାରୀଗୁଡାର ଆଖୁ ଚାଷୀ ଜଣାଇଛନ୍ତି ।

ସେପଟେ ଆଗରୁ ବେଶ ଚାହିଦା ରଖୁଥିବା ଆଖୁ ପେଡା ପରେ ପ୍ରସ୍ତୁତ ହେଉଥିବା ଗୁଡ ଏବେ ଲୋକପ୍ରିୟତା ହରାଇବାରେ ଲାଗିଛି । ଫଳରେ ବଜାରରେ ଏହାର ବିକ୍ରି ସହଜସାଧ୍ୟ ହେଉ ନାହିଁ । ତେଣୁ ମଦ ତିଆରି କରୁଥିବା ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରି ଦେବା ପାଇଁ ବାଧ୍ୟ ହେଉଛନ୍ତି ଚାଷୀ । ବିଶେଷ କରି ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳରେ ବହୁଳ ଭାବେ ଆଖୁ ଚାଷ କରାଯାଉଥିବା ବେଳେ ସେଠାରେ ମଧ୍ୟ ଆଖୁର ବିକ୍ରି ବ୍ୟବସ୍ଥା ହୋଇପାରୁନି । ଯାହା ଫଳରେ ମକା ଚାଷ ଆଡକୁ ଚାଷୀଙ୍କ ମନ ଢଳୁଥିବା କୃଷି ଅଧିକାରୀ କେଶବ ରାଓ ଜଣାଇଛନ୍ତି ।

ତେଣୁ କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପାଇଁ ଏକ ଚିନି କଳ ସ୍ଥାପନା ଏ ଦିଗରେ ସୁଧାର ଆଣି ପାରିବ ବୋଲି ମଧ୍ୟ ସେ ମତ ରଖିଛନ୍ତି । ଏଥିସହ କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ କୁମାର ପଟ୍ଟନାୟକ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ଆଗକୁ ଆସିବା ନିହାତି ଆବଶ୍ୟକ ବୋଲି ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details