ଓଡିଶା

odisha

By

Published : Jul 12, 2021, 9:43 PM IST

ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ, ମନ୍ଦିର ଭିତରେ ହେଲା ସମସ୍ତ ନୀତିକାନ୍ତି

ଶାବର ଶ୍ରୀକ୍ଷେତ୍ରରେ କୋଭିଡ କଟକଣାରେ ଶେଷ ହେଲା ରଥଯାତ୍ରା । ମନ୍ଦିର ଭିତରେ ରଥରେ ଯାତ୍ରା କଲେ ତିନି ଠାକୁର । ମନ୍ଦିର ପରିସର ମଧ୍ୟରେ ହିଁ ଶେଷ ହେଲା ସମସ୍ତ ନୀତିକାନ୍ତି । ଅଧିକ ପଢନ୍ତୁ...

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ , ମନ୍ଦିର ଭିତରେ ହେଲା ସମସ୍ତ ନୀତିକାନ୍ତି
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ , ମନ୍ଦିର ଭିତରେ ହେଲା ସମସ୍ତ ନୀତିକାନ୍ତି

କୋରାପୁଟ: ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶ୍ରୀ ଜଗନ୍ନାଥ ମନ୍ଦିରର ମେଘନାଦ ପ୍ରାଚୀର ପରିସର ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ରଥାଯାତ୍ରା ଶେଷ ହୋଇଛି । ଠାକୁରମାନଙ୍କୁ ମୁଖ୍ୟମନ୍ଦିର ସମ୍ମୁଖ ଭାଗରେ ପ୍ରସ୍ତୁତ କରାଯାଇଥିବା ଦିବ୍ୟ ରଥ ଉପରକୁ ପହଣ୍ଡି କରି ନିଆଯିବା ସହ ରଥ ଉପରେ ହେବାକୁ ଥିବା ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି । ଏନେଇ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ , ମନ୍ଦିର ଭିତରେ ହେଲା ସମସ୍ତ ନୀତିକାନ୍ତି

ସରକାରଙ୍କ ନିୟମ ଅନୁଯାୟୀ ଏହି ଯାତ୍ରାରେ ସାଧାରଣ ଭକ୍ତଙ୍କ ଉପସ୍ଥିତି ଉପରେ କଟକଣା ଲାଗିଥିବା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି କରି ପ୍ରାୟ 90 ଫୁଟ ଦୂରରେ ଅସ୍ଥାୟୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯାତ୍ରା ସମ୍ପନ୍ନ କରାଯାଇଛି । ଗତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଆଜି ମଧ୍ୟ କୋଭିଡ ଗାଇଡ଼ଲାଇନ ପାଳନ କରାଯାଇ ସୀମିତ ସଂଖ୍ୟକ ପୂଜକ , ସେବାୟତ ଓ ପରିଚାଳନା କମିଟିର କିଛି ସଦସ୍ୟ ରଥଯାତ୍ରା କାର୍ଯ୍ୟରେ ସାମିଲ ହୋଇଥିଲେ । ତେବେ ମନ୍ଦିର ପରିସରରେ ଚାଲିଥିବା ରଥଯାତ୍ରାରେ ଭାଗ ନେଇପାରି ନ ଥିବା ଦୁଃଖରେ ଭକ୍ତମାନେ ମନ୍ଦିରର ଫାଟକ ନିକଟରେ ନଡିଆ ଭାଙ୍ଗିବା ସହ ମହାପ୍ରଭୁଙ୍କୁ ସ୍ମରଣ କରି ଫେରିଯିବାକୁ ବାଧ୍ୟ ହୋଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details