ଓଡିଶା

odisha

ETV Bharat / state

କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଅଟକ - ଗଞ୍ଜେଇ ଜବତ କୋରାପୁଟ

କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ । ଆନ୍ଧ୍ରରୁ ଓଡିଶା ହେଉଥିଲା ଚାଲାଣ । ଅଧିକ ପଢନ୍ତୁ...

କୋରାପୁଟରୁ ବିପୁଳ ପରିମାଣର ଜବତ, ଜଣେ ଗିରଫ
କୋରାପୁଟରୁ ବିପୁଳ ପରିମାଣର ଜବତ, ଜଣେ ଗିରଫ

By

Published : Feb 23, 2021, 9:45 PM IST

କୋରାପୁଟ:ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଲମତାପାଟ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଆନ୍ଧ୍ର ପ୍ରଦେଶରୁ କୋରାପୁଟ ଜୟପୁରକୁ ଚାଲାଣ ହେଉଥିଲା ଗଞ୍ଜେଇ ।

କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଅଟକ

ପୋଲିସ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଜଲାପୁଟ ଅଞ୍ଚଳରୁ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସୁଥିବା ନେଇ ଲମତାପୁଟ ପୋଲିସ କଡ଼ରି ମାଳିପୁଟ ଛକ ନିକଟରେ ତାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇ ଥିବାବେଳେ ପୋଲିସ ଡ୍ରାଇଭରକୁ ଅଟକ ରଖିଛି । ତେବେ ଗାଡ଼ିରେ ୬୦୦କେଜି ଗଞ୍ଜେଇ ଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ଲକ୍ଷ ଟଙ୍କା । ଅଧିକ ତଦନ୍ତ ପରେ ଡ୍ରାଇଭରକୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details