ଓଡିଶା

odisha

ETV Bharat / state

ମାଳ ଅଞ୍ଚଳରେ କଣ୍ଟା ବିହୀନ ସପ୍ତଫେଣୀ ଏକ ନୂତନ ଆଶା - କୋରାପୁଟ

ପାହାଡିଆ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ରଖିବା ପାଇଁ କୋରାପୁଟରେ ଅଣ୍ଟା ଭିଡିଛନ୍ତି 2ଟି ସଙ୍ଗଠନ । କେବଳ ମୃତ୍ତିକା ସଂରକ୍ଷଣ ନୁହେଁ ଚାଷୀ ଓ ଗୋରୁ ମଧ୍ୟ ଏଥିରୁ ଉପକୃତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : May 26, 2019, 9:17 AM IST

କୋରାପୁଟ: ମୃତ୍ତିକା ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକତା ସଂଗଠନ ଓ ଆଇକାଡା ସଂସ୍ଥାର ଅଭିନବ ପ୍ରୟାସ । ପାହାଡିଆ ତଥା ନଷ୍ଟ ହେଇଯାଉଥିବା ଜମିରେ ସବୁଜ ସୁନ୍ଦର କରିବାକୁ ଆରମ୍ଭ କରିଛନ୍ତି କଣ୍ଟା ବିହୀନ ସପ୍ତଫେଣୀ ଚାଷ । ଫଳରେ ଚାଷୀ ଉପକୃତ ହେବା ସହ ଧୋଇ ହୋଇଯାଉଥିବା ମୃତ୍ତିକାକୁ ସଂରକ୍ଷିତ କରାଯାଇପାରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହି କଣ୍ଟା ବିହୀନ ସପ୍ତଫେଣୀ ଗଛ, ପରିବେଶରେ ସନ୍ତୁଳନ ସୃଷ୍ଟି କରିବା ସହ ଏକ ଉତ୍ତମ ଗୋଖାଦ୍ୟ ଭାବେ ବ୍ୟବହାର ହୋଇପାରିବ । ଏପରିକି ଚାରା ଲଗାଇବାର ଦୁଇ ତିନି ବର୍ଷ ମଧ୍ୟରେ ଗଛଟି ଅମଳକ୍ଷମ ହେବା ସହ ୪୦ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଲାଭ ପହଞ୍ଚାଇପାରିବ । ଭାରତବର୍ଷରେ ବିଭିନ୍ନ ସ୍ଥାନରେ ଏହି ଚାଷ ସୂଚାରୁ ରୂପେ ଚାଲିଥିବା ବେଳେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏହି ସଂସ୍ଥା ଓ ରାଜ୍ୟ ସରକାରଙ୍କ ତରଫରୁ ପରୀକ୍ଷା ମୂଳକ ଭାବେ ଚାଷ କରିବା ପାଇଁ ଚୟନ କରାଯାଇଛି ।

କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆଗୁଡାର ଶ୍ୟାମ ସୁନ୍ଦର ନାୟକଙ୍କ 3 ଏକର ଚାଷ ଜମିରେ କରାଯାଇଥିବା ବେଳେ ଡଙ୍ଗର ଜମିରେ ଚାଷ କରିବା ଦ୍ବାରା ଆଗକୁ ଅନେକ କିଛି ଚାଷ ହୋଇପାରିବ ବୋଲି ଶ୍ୟାମ ସୁନ୍ଦର କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details