କୋରାପୁଟ: ରଚନା ମିଣିଆକା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତର ବନ୍ଦିକାର ଗାଁ ରଚନା ମିଣିଆକା । ଜନ୍ମ ହେବାର ମାସେ ଭିତରେ ତାଙ୍କ ଜୀବନରେ ଘଟିଗଲା ଦୁର୍ଘଟଣା । ଅଗ୍ନିକାଣ୍ଡର ଶିକାର ହେବାକୁ ତାଙ୍କ ଶରୀରର ଅନେକ ଅଂଶ ସହ ମୁହଁ ପୋଡି ଯାଇଥିଲା । ବର୍ତ୍ତମାନ ତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତାର ଆବଶ୍ୟକ ରହିଛି । ଏବେ କେବଳ ସହୟତା ହିଁ ତାଙ୍କ ଜୀବନକୁ ସ୍ବଭାବିକ କରିପାରିବ ।
ସୂଚନା ଅନୁସାରେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତର ବନ୍ଦିକାର ଗାଁର ରଚନା ମିଣିଆକା । ଜନ୍ମ ହେବାରେ ମାସେ ଭିତରେ ରଚନାଙ୍କ ଜୀବନର ଘୋଟି ଯାଇଥିଲା କଳା ବାଦଲ । ଜନ୍ମ ହେବାର ମାସେ ନ ପୁରୁଣୁ ଦୁର୍ଘଟଣାର ଶିକାର ହୋଇଥିଲେ ରଚନା । ଝିଅ ରଚନାକୁ ନିଆଁ ସେକ ଦେବା ନିମନ୍ତେ ଛୋଟ ଗାମଲାରେ ନିଆଁ ରଖି କାମକୁ ଯାଇଥିଲେ ମାଆ । ତେବେ ଏହି ସମୟରେ ମୁର୍ଚ୍ଛା ରୋଗରେ ପୀଡିତ ରଚନା ସେହି ନିଆଁ ମଧ୍ୟରେ ପଡିଯାଇଥିଲା । ବାପା ମା କାମରୁ ଫେରିଲା ବେଳକୁ ରଚନାର ମୁହଁ ର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଜଳିଯାଇଥିଲା ବୋଲି ରଚନାର ମା' କାତ ମିଣିଆକା ଜଣାଇଛନ୍ତି । ଆଦିବାସୀ ଗାଁରେ ବଣ ଜଙ୍ଗଲରେ ଡେଇଁ ଡେଇଁ ଖେଳିବା ଓ ନଦିନାଳ ରେ ଘୁରିବୁଲିବା ମଧ୍ୟରେ ବିତି ଯାଇଥିଲା ରଚନାଙ୍କ ଶୈଶବ । ହେଲେ ବୁଦ୍ଧି ଜାଣିଲା ପରେ ରଚନା ମିଣିଆକା ନିଜ ମୁହଁକୁ ଘର ଭିତରେ ଲୁଚାଇ ରଖିବାକୁ ବାଧ୍ୟ ହୋଇଥିଲା । ନହେଲେ ମୁହଁ ଘୋଡାଇ ବାହାରକୁ ବାହାରୁଥିଲା ରଚନା ।
ତେବେ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ପ୍ରଥମେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସ୍ଥିତ ବଡ଼ ଡାକ୍ତରଖାନାକୁ ନେଇ ରଚନାର ସ୍ୱାସ୍ଥ୍ୟ ସଂପର୍କରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତେବେ ରଚନାଙ୍କ ମୁହଁର ଚିକିତ୍ସା କେବଳ କଟକ ବଡ଼ ଡାକ୍ତରଖାନାରେ ହୋଇପାରିବ ବୋଲି ଡାକ୍ତର କହିଥିଲେ । ଏହା ଜାଣିବା ପରେ ସମସ୍ତ ଆଶା ନିରାଶାରେ ପରିଣତ ହୋଇ ଯାଇଥିଲା । ଗରିବ ଘରର ଝିଅ ରଚନା ପୋଡ଼ି ଯାଇଥିବା ମୁହଁକୁ ନେଇ ବଞ୍ଚିବାକୁ ପଡିଥିଲା । କାରଣ ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା । ରଚନା କିପରି ଆଗକୁ ପଢନ୍ତୁ ତାଙ୍କୁ ପାଠ ପଢ଼ାଇବା ପାଇଁ ବାପା ମା ଅଣ୍ଟା ଭିଡ଼ିଲେ । ରଚନା ବିଦ୍ୟାଳୟକୁ ଯାଇ ଇତି ମଧ୍ୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି ।