କୋରାପୁଟ: ଜୟପୁର ବାରିଣୀପୁଟରେ କୋଠା ଭୁଷୁଡିବା ଘଟଣାରେ ଫସିରହିଥିବା 4 ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ହୋଇଥିବା ଜଣେ ଶିଶୁର ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଥିବାରୁ ତାକୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜୟପୁର ଅଗ୍ନିଶମ ବାହିନୀ, ପୋଲିସ, ଓଡ୍ରାଫ ଟିମ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଛି।
ଜୟପୁର କୋଠା ଭୁଷୁଡିବା ଘଟଣା: 4 ଉଦ୍ଧାର - ଜୟପୁର କୋଠା ଭୁଷୁଡିବା ଘଟଣା
କୋରାପୁଟ ଜିଲ୍ଲାର ବାରିଣୀପୁଟରେ କୋଠା ଭୁଷୁଡିବା ଘଟଣାରେ ଫସିରହିଥିବା 4 ଜଣଙ୍କୁ ଉଦ୍ଧାର କରାଯାଇଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଗତକାଲି ସନ୍ଧ୍ୟାରେ ବାରିଣୀପୁଟର ଏକ ପରିତ୍ୟକ୍ତ କୋଠା ଭୁଷୁଡି ପଡିଥିଲା । ଏହି ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ସେହି କୋଠା ତଳେ ଫସିରହିଥିଲେ। ଜୟପୁର ଅଗ୍ନିଶମ ବିଭାଗ, ପୋଲିସ, ଓଡ୍ରାଫ୍ ଏବଂ ସ୍ଥାନୀୟ ଲୋକଙ୍କ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଫଳରେ ଫସିରହିଥିବା ସମସ୍ତ ଚାରିଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ