ଓଡିଶା

odisha

ETV Bharat / state

କୋଟିଆରେ ହେବ ଝାଡୁ ଚାଷ, 800 ହିତାଧିକାରୀଙ୍କୁ କରାଯାଇଛି ଚୟନ - 800 ହିତାଧିକାରୀଙ୍କୁ କରାଯାଇଛି ଚୟନ

ଧୀରେ ଧୀରେ ବଢୁଛି କୋରାପୁଟ ଝାଡୁର ଚାହିଦା । ଏହି କ୍ରମରେ କୋଟିଆ ଭଳି ପାର୍ବତ୍ୟ ଇଲାକାରେ ଆରମ୍ଭ ହେବାକୁ ଯାଉଛି ଝାଡୁ ଚାଷ । ଅଧିକ ପଢ଼ନ୍ତୁ

କୋଟିଆରେ ହେବ ବ୍ୟାପକ ଝାଡୁ ଚାଷ, 800 ହିତାଧିକାରୀଙ୍କୁ କରାଯାଇଛି ଚୟନ
କୋଟିଆରେ ହେବ ବ୍ୟାପକ ଝାଡୁ ଚାଷ, 800 ହିତାଧିକାରୀଙ୍କୁ କରାଯାଇଛି ଚୟନ

By

Published : Jul 19, 2022, 11:07 AM IST

କୋରାପୁଟ: କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପାହାଡ଼ ପର୍ବତରେ ପ୍ରାକୃତିକ ଭାବେ ଝାଡୁ ଉତ୍ପତ୍ତି ହୋଇ ଆସୁଥିବା ବେଳେ ବର୍ତ୍ତମାନ କୋରାପୁଟ ଝାଡୁର ଚାହିଦା ବଢିବା ଫଳରେ କୋଟିଆ ଭଳି ପାର୍ବତ୍ୟ ଇଲାକାରେ ଆଦିବାସୀ ଝାଡୁ ଚାଷ କରିବା ଆରମ୍ଭ କରିଛନ୍ତି । କୋଟିଆବାସୀଙ୍କ ଏହି ଦକ୍ଷତାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର କୋଟିଆ ପଞ୍ଚାୟତରେ 800 ଜଣ ହିତାଧିକାରୀଙ୍କୁ ଚୟନ କରାଯାଇ ଝାଡୁ ଚାରା ବାଣ୍ଟିବାର ଲକ୍ଷ୍ୟ ରଖିଥିବା MGNREGSର ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସୌମେନ୍ଦ୍ର କୁମାର ନାୟକ ଜଣାଇଛନ୍ତି ।

କୋଟିଆରେ ହେବ ବ୍ୟାପକ ଝାଡୁ ଚାଷ, 800 ହିତାଧିକାରୀଙ୍କୁ କରାଯାଇଛି ଚୟନ

ତେବେ ଝାଡୁର ଫୁଲଯୁକ୍ତ ଖଡ଼ିକାକୁ ତୋଳି ଆଣିବା ପରେ ତାକୁ ଆଧୁନିକ ପଦ୍ଧତିରେ ବାନ୍ଧି ପାରୁନଥିବା ଯୋଗୁଁ ବ୍ୟବସାୟୀଙ୍କ ପାଖରେ ଶାଗମାଛ ଦରରେ ମହିଳା ଚାଷୀ ମାନେ ବିକ୍ରି କରିଦେଉଛନ୍ତି । ଏନେଇ ଅତୀତରେ କାଫକୋ ଏବଂ ଓରମାସର ମିଳିତ ପ୍ରୟାସରେ ଆଧୁନିକ ପ୍ରଣାଳୀରେ ପ୍ଲାଷ୍ଟିକ ଓ ମେଟାଲ ଖୋଳରେ ପୁରାଇ ବାନ୍ଧିବାର କୌଶଳର ତାଲିମ ପ୍ରଦାନ କରାଯାଇଥିଲା ।

ବର୍ତ୍ତମାନ ଜିଲ୍ଲା ପ୍ରଶାସନର ପ୍ରୟାସରେ ବ୍ୟାପକ ଝାଡୁ ଚାଷର ଯୋଜନା ରଖାଯାଇଥିବା ଯୋଗୁଁ କୋଟିଆବାସୀ ଉପକୃତ ହେବେ ବୋଲି ଓରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details