କୋରାପୁଟ : ବାତ୍ୟା ମିଗଜୋମ ର ପ୍ରଭାବ ରେ ଆନ୍ଧ୍ର- ଓଡିଶା ସୀମାରେ ଟ୍ରେନ ସେବା ବ୍ୟାହତ ହୋଇଛି । ଆଜି (ମଙ୍ଗଳବାର) ସଂନ୍ଧ୍ୟା ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡ଼ ରାଜ୍ୟର କିରାଣ୍ଡୁଲ ପର୍ଯ୍ୟନ୍ତ ଲମ୍ବିଥିବା କେଭି ରେଳପଥରେ କୋରାପୁଟ ଜିଲ୍ଲା ନିକଟବର୍ତ୍ତୀ ଆନ୍ଧ୍ରର ଆରାକୁ ଅଞ୍ଚଳର ତ୍ୟାଡା ଓ ଶିବଳିଙ୍ଗପୁରମ ରେଳଷ୍ଟେସନ ମଧ୍ୟରେ ରେଳ ଧାରଣା ଉପରକୁ ପାହାଡ଼ରୁ ପଥର ଖସି ଆସିଥିଲା । ବାତ୍ୟା ଜନିତ ପ୍ରବଳ ବର୍ଷାରେ ସେହି ଟ୍ରାକ ରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ ପଡି ମାଟି ଉପରକୁ ଖସି ଆସିଥିବା ଜଣାପଡିଛି । ଏଥିରେ ଗୋଟିଏ ବଗି ସହ ଇଂଜିନ ମଧ୍ୟ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ବେଳେ କିରଣ୍ଡଲ ଓ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆଜି ବିଶାଖାପାଟଣାରୁ କିରାଣ୍ଡୁଲ କୁ ଆସୁଥିବା ରାତ୍ର ଏକ୍ସପ୍ରେସ କୁ ଆରାକୁ ପରିବର୍ତେ ରାୟଗଡ଼ା ବାଟ ଦେଇ ଚଳାଚଳ କରାଯାଉଥିବା ବେଳେ ଆରାକୁ ଦେଇ ବିଶାଖାପାଟଣା ଓ ଜଗଦଲପୁର କୁ ଯାଉଥିବା ବାକି ସମସ୍ତ ଟ୍ରେନକୁ ଆଜି ଓ କାଲି ପାଇଁ ବାତିଲ କରିଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ...AP Train Tragedy: ଦୁର୍ଘଟଣାସ୍ଥଳରେ କୋରାପୁଟ ODRAF ଟିମ, କଲେ ସଫଳ ସହାୟତା