ଓଡିଶା

odisha

ETV Bharat / state

ପାହାଡ ଚଢି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ହାଟଗୁଡା ହାଇସ୍କୁଲର ବାସ୍ତବ ଚିତ୍ର - Koraput Education news

ଅବହେଳିତ ଦୁର୍ଗମ ଅଞ୍ଚଳ ପିଲାଙ୍କ ଭବିଷ୍ୟତ । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ହାଟଗୁଡା ହାଇସ୍କୁଲ । 1975 ମସିହାରେ ସ୍କୁଲଟି ପ୍ରତିଷ୍ଠା ହୋଇଥିଲା । ଆଜି ବି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମସ୍ତେ ପାହାଡ ଚଢି ସ୍କୁଲକୁ ଆସିଥାନ୍ତି । ଅଧିକ ପଢନ୍ତୁ...

hataguda school koraput
ରାସ୍ତା ନ ଥିବାରୁ ପାହାଡ ଚଢି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

By

Published : Feb 20, 2021, 3:30 PM IST

କୋରାପୁଟ: ଆଜି ବି ଅବହେଳିତ ଦୁର୍ଗମ ଅଞ୍ଚଳ ପିଲାଙ୍କ ଭବିଷ୍ୟତ । ନାହିଁ ନାହିଁରେ ଉଜ୍ଜଳ ସ୍ବପ୍ନ ଦେଖୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପିଲାମାନେ। ସର୍ବଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ଏମାନଙ୍କ ଉପରେ ପଡୁନାହିଁ ।

ପାହାଡ ଚଢି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ହାଟଗୁଡା ହାଇସ୍କୁଲର ବାସ୍ତବ ଚିତ୍ର

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକର ହାଟଗୁଡା ହାଇସ୍କୁଲ କଥା । 1975 ମସିହାରେ ସ୍କୁଲଟି ପ୍ରତିଷ୍ଠା ହୋଇଥିଲା । ଆଜି ପର୍ଯ୍ୟନ୍ତ ଏହି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମସ୍ତେ ପାହାଡ ଚଢି ସ୍କୁଲକୁ ଆସିଥାନ୍ତି । କାରଣ ପାହାଡ ଶିଖରରେ ସରକାର ସ୍କୁଲ ଟିଏ ଖୋଲିଦେଲେ। ହେଲେ ବିଦ୍ୟାଳୟକୁ ଯିବାକୁ ରାସ୍ତା ଟିଏ କରିବାକୁ ଭୁଲି ଗଲେ। ବିଦ୍ୟୁତ ଯୋଗାଣ ନଥିବାରୁ କୌଣସି ଶ୍ରେଣୀରେ ନାହିଁ ଫଙ୍ଖା , ନା ଅଛି ପାଣିର ବ୍ୟବସ୍ଥା। ପିଲାଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇନି ପାଚେରୀ । ସେପଟେ ବିଦ୍ୟୁତ ନଥିବାରୁ ପିଲାମାନେ କମ୍ପ୍ୟୁଟର ଓ ଲ୍ୟାବ ଯନ୍ତ୍ରପାତି ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀର ପ୍ରାୟ 300 ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି। ଆଗକୁ ଯୁକ୍ତ ଦୁଇ ଖୋଲିବା ନେଇ ମଧ୍ୟ ଯୋଜନା କରାଯାଉଛି । ଯଦି ଏପରି ଅବ୍ୟବସ୍ଥା ଆଗକୁ ଲାଗି ରହେ ତେବେ ହୁଏତ, ଏହି ଅଞ୍ଚଳର ପିଲାଙ୍କ ସ୍ବପ୍ନକୁ ଚୁରମାର କରିଦେବ । ସେପଟେ ସ୍କୁଲର ଏପରି ଅବସ୍ଥାରେ ପ୍ରଧାନଶିକ୍ଷକ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିଆସୁଛନ୍ତି । ହେଲେ କେହି ମଧ୍ୟ ଏଥି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

କୋରାପୁଟରୁ ସିଏଚ.ଶାନ୍ତାକାର ଇଟିଭି ଭାରତ

ABOUT THE AUTHOR

...view details