କୋରାପୁଟ: ନ୍ୟାସନାଲ ବୁକ ଟ୍ରଷ୍ଟ ଦ୍ବାରା ଆୟିଜିତ ହୋଇଥିବା ତିନିଦିନିଆ କର୍ମଶାଳା ଗତକାଲି(ଗୁରୁବାର) ଶେଷ ହୋଇଛି । ଏହି ୩ ଦିନ ମଧ୍ୟରେ ୬ଟି ପୁସ୍ତକକୁ ଆଦିବାସୀ ଦୁଇଟି ଭାଷାରେ ଅନୁବାଦ କରାଯାଇଛି । ଏନବିଟି ଦ୍ଵାରା ପ୍ରକାଶିତ ୬ଟି ପୁସ୍ତକକୁ ସଉରା ଓ ଦେଶିଆ ଦୁଇଟି ଭାଷାରେ ଅନୁବାଦ କରା ଯାଇଛି ବୋଲି ଆଦିବାସୀ ଗବେଷଣା ମଞ୍ଚର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାଢ଼ୀ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ପୋଲିସକୁ ଦୁର୍ବ୍ୟବହାର, କଂଗ୍ରେସ ନେତା ଗିରଫ
ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଏନବିଟି, ନୂଆ ଦିଲ୍ଲୀ, ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାର ଏବଂ ଆଦିବାସୀ ଗବେଷଣା ମଞ୍ଚଏବଂ କୁନ୍ଦ୍ରାର ମିଳିତ ଆନୁକୁଲ୍ୟରେ ସଉରା ଓ ଦେଶିଆ ଭଳି ଓଡ଼ିଶାର ଦୁଇଟି ପ୍ରମୁଖ ଆଦିବାସୀ ଭାଷା ରେ ପିଲାଙ୍କ ପାଇଁ ଅନୁଦିତ ପୁସ୍ତକ ରଚନାର କର୍ମଶାଳା ଗୁରୁବାର ଦିନ ସମ୍ପନ୍ନ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ତ୍ରିଦିବସୀୟ ଆଦିବାସୀ ଭାଷାର ଅନୁବାଦ କର୍ମଶାଳାରେ ଏନବିଟିର ସହକାରୀ ନିର୍ଦ୍ଦେଶକ ପଙ୍କଜ ଚତୁର୍ବେଦୀ ଯୋଗଦେଇ ଆଦିବାସୀ ଭାଷାରେ ପୁସ୍ତକ ଅନୁବାଦ କରିବାରେ ସଫଳ ହୋଇଛନ୍ତି ।