ଓଡିଶା

odisha

ETV Bharat / state

ଆନ୍ଧ୍ର ପ୍ଲାନକୁ ଚେକ୍‌ ଦେବାକୁ ପ୍ରସ୍ତୁତି, କୋଟିଆରେ ବହି ବାଣ୍ଟିଲା ଆମ କୋଟିଆ ସଂଗଠନ - କୋଟିଆରେ ବହି ବାଣ୍ଟିଲା ଆମ କୋଟିଆ ସଂଗଠନ

ଫେଲ ମାରିଲା ଆନ୍ଧ୍ର ସରକାରଙ୍କ ଉଦ୍ୟମ। ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସୀମାବର୍ତ୍ତି ଅଞ୍ଚଳ କୋଟିଆରେ ତେଲୁଗୁ ଓ ଇଂରାଜୀ ବହି ବାଣ୍ଟିବା ପୂର୍ବରୁ ପିଲାଙ୍କୁ ପ୍ରଚଳିତ କୁଇ ଭାଷାର ପୁସ୍ତକ ବାଣ୍ଟିଲା ଆମ କୋଟିଆ ସଂଗଠନ । ଅଧିକ ପଢ଼ନ୍ତୁ

book distribution in kotia by ama kotia sangathan
କୋଟିଆରେ ବହି ବାଣ୍ଟିଲା ଆମ କୋଟିଆ ସଂଗଠନ

By

Published : Jul 11, 2022, 12:01 PM IST

କୋରାପୁଟ: ଆନ୍ଧ୍ରପ୍ରଦେଶ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଟାଣିବାର ପ୍ରୟାସ ଫେଲ ମାରିଛି । କୋଟିଆ ଭଳି ସୀମାନ୍ତବର୍ତ୍ତି ଅଞ୍ଚଳରେ କୁଇ ଭାଷା ପ୍ରଚଳିତ ହେଉଥିବାବେଳେ ଆମ କୋଟିଆ ସଂଗଠନ ତରଫରୁ ଛୋଟ ପିଲାଙ୍କୁ ପୁସ୍ତକ ଏବଂ ଓଡ଼ିଆ ଅକ୍ଷରର ଖେଳଣା ବଣ୍ଟାଯାଇଛି । ପ୍ରଥମ ପର୍ଯ୍ୟାୟରେ ନୂଆଗାଁ ପଞ୍ଚାୟତର ଗଲିଗବ୍ଦର, ନୂଆଗାଁ ସମେତ କୋଟିଆ ପଞ୍ଚାୟତର ଗଞ୍ଜେଇପଦର, କୋଟିଆ , ମାଡକାର , ଡଲିଆମ୍ବ , ଫଗୁଣସିନେରୀ, ଫାଟୁସିନେରି ଓ ହରମାଣ୍ଡିଙ୍ଗି ଗ୍ରାମରେ ବିଶିଷ୍ଟ ଗବେଷକ ଗୋବର୍ଦ୍ଧନ ପଣ୍ଡାଙ୍କ ରଚିତ ପୁସ୍ତକ ସହ ପ୍ଲାଷ୍ଟିକର ଓଡ଼ିଆ ଅକ୍ଷରମାଳା ବଣ୍ଟା ଯାଇଛି ।

କୋଟିଆରେ ବହି ବାଣ୍ଟିଲା ଆମ କୋଟିଆ ସଂଗଠନ

କୋଟିଆ ପଞ୍ଚାୟତରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ସ୍ତରରେ ବିଦ୍ୟାଳୟ ସ୍ଥାପନା କରାଯାଇଛି। ଅନେକ ସଂସ୍ଥା ଦ୍ୱାରା ଓଡ଼ିଆ ସାହିତ୍ୟ ସଭା, କବିତା ପାଠ କାର୍ଯ୍ୟକ୍ରମ ମଧ୍ୟ ହେଉଛି । ବର୍ତ୍ତମାନ ଆମ କୋଟିଆ ସଂଗଠନ ତରଫରୁ ବଣ୍ଟନ କରାଯାଉଥିବା କୁଇ- ଓଡ଼ିଆ ପ୍ରାଇମର ପୁସ୍ତିକା ଏହି ସମସ୍ତ ପ୍ରାୟାସକୁ ଆଗକୁ ନେବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି । କୁଇ ଭାଷା ସହ ପରିଚିତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପଢ଼ିବା ସହାୟକ ହେବ ବୋଲି ଅଭିଭାବକ କହିଛନ୍ତି ।

ଗତ କିଛିଦିନ ପୂର୍ବେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ଠାରେ ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା 6ଟି ଆଦିବାସୀ ଭାଷାରୁ ତେଲୁଗୁ ଓ ଇଂରାଜୀ ଶିଖିବା ପାଇଁ ଉପଯୋଗୀ ପୁସ୍ତକର ଉନ୍ମୋଚନ କରିଥିଲେ । ଓଡ଼ିଶା ସୀମାନ୍ତରେ ପ୍ରଚଳିତ ସଉରା ଓ କୁଇ ଭଳି ଆଦିବାସୀ ଭାଷା ସହ ଓଡ଼ିଆ ଜାଣିଥିବା ପିଲାମାନେ କିପରି ସହଜରେ ତେଲୁଗୁ ଶିଖି ପାରିବେ ସେ ଦିଗରେ ଆନ୍ଧ୍ର ସରକାର ପ୍ରୟାସ କରିଥିଲେ। ମାତ୍ର ଏହା ପୂର୍ବରୁ ପିଲାଙ୍କ ପାଖରେ ଓଡ଼ିଆ-କୁଇ ପ୍ରାଇମର ପୁସ୍ତକ ପହଞ୍ଚି ସାରିଛି।

ଏହା ଫଳରେ ପିଲାମାନେ ଓଡ଼ିଆ ଭାଷାକୁ ସହଜରେ ଗ୍ରହଣ କରିବେ ବୋଲି ଆଶା ପ୍ରକାଶ କରାଯାଉଛି । ଦ୍ଵିତୀୟ ପର୍ଯ୍ୟାୟରେ କୋଟିଆ ପଞ୍ଚାୟତର ବାକିଥିବା ସେମ୍ବି, ଧୁଲିପଦର , ତଡିଵାଲାସା ଓ ନେରେଡିବାଲାସାରେ ପ୍ରାଇମର ପୁସ୍ତିକାକୁ ବଣ୍ଟନ କରାଯିବ ବୋଲି ଆମ କୋଟିଆ ସଂଗଠନର ସ୍ବେଚ୍ଛାସେବୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details