ଓଡିଶା

odisha

ETV Bharat / state

ବିଶ୍ଵ ରକ୍ତଦାତା ଦିବସ, ରକ୍ତଦାନ କରିନପାରି ରକ୍ତଦାତା ନିରାଶ

ବିଶ୍ଵ ରକ୍ତଦାତା ଦିବସ । ରକ୍ତଦାନ କରିନପାରି ରକ୍ତଦାତା ନିରାଶ । କୋରାପୁଟରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

blood donor day celebrated in koraput
ବିଶ୍ଵ ରକ୍ତଦାତା ଦିବସ, ରକ୍ତଦାନ କରିନପାରି ରକ୍ତଦାତା ନିରାଶ

By

Published : Jun 14, 2021, 7:22 PM IST

କୋରାପୁଟ: ବିଶ୍ଵ ରକ୍ତଦାତା ଦିବସ । ଏ ଅବସରରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ରକ୍ତଦାନ କରିବାକୁ ଆସୁଥିବା ରକ୍ତଦାତା ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।

ବିଶ୍ଵ ରକ୍ତଦାତା ଦିବସ, ରକ୍ତଦାନ କରିନପାରି ରକ୍ତଦାତା ନିରାଶ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ଵ ରକ୍ତଦାତା ଦିବସ ପାଳନ ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ଫୋରମ ଗତ ଶନିବାର ରକ୍ତଭଣ୍ଡାରର ଦାୟିତ୍ଵରେ ଥିବା ଡାକ୍ତରଙ୍କ ପାଖରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ପାଇଁ ଆବେଦନ କରିଥିଲେ । ପ୍ରତିବର୍ଷ ଏପରି ଅନୁରୋଧକୁ ରକ୍ଷା କରି ରକ୍ତଭଣ୍ଡାର କର୍ତ୍ତୃପକ୍ଷ ସହଯୋଗ କରିଆସୁଥିଲ। ହେଲେ ଆଜି ସକାଳେ ଆୟୋଜକ , ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କ ପାଖରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ମାଗିବା ପାଇଁ ପହଞ୍ଚିଲେ। ହେଲେ

ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ କାରଣ ଦର୍ଶାଇ ମନା କରିଦେଇଥିଲେ ବୋଲି ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ଫୋରମର କୋଷାଧ୍ୟକ୍ଷ ସେଖ ଇବ୍ରାହିମ ଅଭିଯୋଗ କରିଛନ୍ତି । ଅତୀତରେ ଏହି ଦିବସ ପାଳନ ସମୟରେ ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ଫୋରମ ସହ ରକ୍ତଭଣ୍ଡାର କତ୍ତୃପକ୍ଷ ସହଯୋଗ କରି ରକ୍ତଦାନ ଶିବିର ଗୁଡିକୁ ସଫଳ କରୁଥିବା ବେଳେ ବର୍ତ୍ତମାନ ଏପରି ଅସହଯୋଗ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ମେଡିକାଲ କତ୍ତୃପକ୍ଷ ବା ରକ୍ତଭଣ୍ଡାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ

ABOUT THE AUTHOR

...view details