ଓଡିଶା

odisha

ରକ୍ତଦାନ ଶିବିର ଆୟୋଜନ କରୁଥିବା ସଂସ୍ଥାକୁ ରକ୍ତଭଣ୍ଡାରର ଅସହଯୋଗ ଅଭିଯୋଗ

By

Published : Jun 17, 2021, 6:41 AM IST

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଥିବା ରକ୍ତ ଭଣ୍ଡାରର କର୍ତ୍ତୃପକ୍ଷ ଏବଂ ହସ୍ପିଟାଲ ଅଧିକାରୀଙ୍କ ଅଣଦେଖା ଫଳରେ ରକ୍ତଦାନ ଶିବିର ସଂଖ୍ୟା କମିବାରେ ଲାଗିଛି ବୋଲି ଜିଲ୍ଲା ରକ୍ତଦାତା ଏବଂ ପ୍ରବର୍ତ୍ତକ ମଞ୍ଚର କୋଷାଧ୍ୟକ୍ଷ ସେଖ ଇବ୍ରାହିମ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ରକ୍ତଦାନ ଶିବିର ଆୟୋଜନ କମୁଛି: ସେଖ ଇବ୍ରାହିମ
ରକ୍ତଦାନ ଶିବିର ଆୟୋଜନ କମୁଛି: ସେଖ ଇବ୍ରାହିମ

କୋରାପୁଟ: ରକ୍ତଦାନ କ୍ଷେତ୍ରରେ କୋରାପୁଟ ଜିଲ୍ଲା ସବୁବେଳେ ଏକ ଉନ୍ନତ ସ୍ଥାନ ଅଧିକାର କରିଆସିଛି । କୋରାପୁଟ ଜିଲ୍ଲାରେ ଅନେକ ସ୍ଵେଚ୍ଚାସେବୀଙ୍କ ଉଦ୍ୟମରେ ଗଢି ଉଠିଥିବା ରକ୍ତଦାତାଙ୍କ ସଂଖ୍ୟା ସହ ସ୍ଵେଚ୍ଚାକୃତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହକୁ ଏକ ଅଭିଯାନର ରୂପ ଦେଇ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ ବହୁ ଗୁଣରେ ବଢିଯାଇଥିବା କୋରାପୁଟ ଜିଲ୍ଲା ରକ୍ତଦାତା ଏବଂ ପ୍ରବର୍ତ୍ତକ ମଞ୍ଚର କୋଷାଧ୍ୟକ୍ଷ ସେଖ ଇବ୍ରାହିମ ସୂଚନା ପ୍ରଦାନ କରିଛନ୍ତି ।

ରକ୍ତଦାନ ଶିବିର ଆୟୋଜନ କମୁଛି: ସେଖ ଇବ୍ରାହିମ

କିନ୍ତୁ ବର୍ତ୍ତମାନ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଥିବା ରକ୍ତ ଭଣ୍ଡାରର କର୍ତ୍ତୃପକ୍ଷ ଏବଂ ହସ୍ପିଟାଲ ଅଧିକାରୀଙ୍କ ଅଣଦେଖା ଫଳରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ଥିବା ସତ୍ତ୍ବେ ଜିଲ୍ଲାର କୋଣ ଅନୁକୋଣରେ ରକ୍ତଦାନ ଶିବିରର ସଂଖ୍ୟା କମିବାରେ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ଏହା ଫଳରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖା ଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ, ରକ୍ତ ଭଣ୍ଡାରର ସୁପରିଚାଳନା ସହ ସ୍ଵେଚ୍ଚାସେବୀଙ୍କ ସହଯୋଗରେ ଅଧିକରୁ ଅଧିକ ରକ୍ତଦାନ ଶିବିରର ଆୟୋଜନ କରିବା ପାଇଁ ଆଜି ଜିଲ୍ଲା ରକ୍ତଦାତା ଏବଂ ପ୍ରବର୍ତ୍ତକ ମଞ୍ଚର ସଦସ୍ୟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ଦେବା ସହ ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details