କୋରାପୁଟ: ରକ୍ତଦାନ ମହତଦାନ । ଗୋଟିଏ ବୁନ୍ଦା ରକ୍ତ ହିଁ ଅନ୍ୟକୁ ନୂଆ ଜୀବନ ଦେଇପାରେ । ରକ୍ତଦାନର ମହତ୍ଵକୁ ହୃଦୟଙ୍ଗମ କରି କୋରାପୁଟର ଲାଣ୍ଡୀଗୁଡା ସରକାରୀ ମହାବିଦ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ପୁରାତନ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତଦାନକୁ ନେଇ ଚେତନା ସୃଷ୍ଟି କରିବା ପାଇଁ ଏପରି ପ୍ରଚେଷ୍ଟା କରାଯାଇଥିବା କହିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀପକ ପଟ୍ଟନାୟକ ।
ଏହା ମଧ୍ଯ ପଢନ୍ତୁ-ଶରୀରରେ ଟାଟୁ କରିଥିଲେ ବ୍ଲଡ ଦେଇପାରିବେ କି ? କଣ କହୁଛି 'ହୁ' ରିପୋର୍ଟ
ବୁଧବାର ଦିନ ସରକାରୀ ମହାବିଦ୍ୟାଳୟରେ ଏନଏସଏସ ଓ ୟୁଥ ରେଡକ୍ରସ ଦ୍ବାରା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀ ରକ୍ତଦାନ କରିବା ସହ ଏହାର ମହତ୍ବ ଉପରେ ବିଶିଷ୍ଟ ବ୍ୟକ୍ତି ମାନେ ଆଲୋକପାତ କରିଥିଲେ । ରକ୍ତ ସଂଗ୍ରହ କରିବା ପାଇଁ ମହାବିଦ୍ୟାଳୟକୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାର କର୍ମୀମାନେ ଆସିଥିଲେ । ଶିବିରରେ ରେଜିଷ୍ଟ୍ରେସନଠାରୁ ଆରମ୍ଭ କରି ରକ୍ତଦାନରେ ସହଯୋଗ କରିଥିଲେ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ରକ୍ତଦାନ କରି ଖୁସୀ ବ୍ୟକ୍ତ କରିଥିଲେ ।