ଓଡିଶା

odisha

ETV Bharat / state

ହାଲ ସୁଖୋଇ ପ୍ଲାଣ୍ଟରେ ବିସ୍ଫୋରଣ, ଜଣେ ମୃତ - koraput hal plant

ସୁନାବେଡାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ)ର ସୁଖୋଇ ପ୍ଲାଣ୍ଟ କଂପ୍ରେସରେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କୋରାପୁଟ

By

Published : Aug 8, 2019, 5:08 PM IST

Updated : Aug 8, 2019, 9:09 PM IST

କୋରାପୁଟ: ସୁନାବେଡାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ)ର ସୁଖୋଇ ପ୍ଲାଣ୍ଟ କଂପ୍ରେସରେ ବିସ୍ଫୋରଣ । ଏଥିରେ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣରେ କର୍ମଚାରୀଙ୍କ ଶରୀରର ପ୍ରାୟ 90 ଭାଗ ଜଳି ଯାଇଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତ କର୍ମଚାରୀଙ୍କ ନାଁ ସୁଦାମ ମହାନ୍ତି ।

ଗୁରୁବାର ସୁନାବେଡାର ହାଲ ସୁଖୋଇ ପ୍ଲାଣ୍ଟରେ କଂପ୍ରେସର ୟୁନିଟ ବ୍ଲାଷ୍ଟ ସମୟରେ ଏଠାରେ କାମ କରୁଥିବା ସୁଦାମ ଗୁରୁତର ହୋଇ ଟଳିପଡିଥିଲେ । ତାଙ୍କୁ ତୁରନ୍ତ ହାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ତେବେ ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଏ ସମ୍ପର୍କରେ ତଦନ୍ତ ଚାଲିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 8, 2019, 9:09 PM IST

ABOUT THE AUTHOR

...view details