ଓଡିଶା

odisha

By

Published : Dec 26, 2022, 5:42 PM IST

ETV Bharat / state

ଆମ୍ବେଦକର ମୂର୍ତ୍ତି ନିକଟରେ ବିଜେପିର ସତ୍ୟାଗ୍ରହ

ରାଜ୍ୟରେ ସବୁଠି ପାଳନ ହେଉଛି ବିଜେଡ଼ି ପ୍ରତିଷ୍ଠା ଦିବସ । ହେଲେ ଏହି ପ୍ରତିଷ୍ଠା ଦିବସକୁ ଆକ୍ଷେପ କରି ସତ୍ୟାଗ୍ରହ ପାଳନ କରୁଛି ବିଜେପି । ଅଧିକ ପଢ଼ନ୍ତୁ

BJP hold on Satyagraha
କୋରାପୁଟରେ ବିଜେପିର ସତ୍ୟାଗ୍ରହ

କୋରାପୁଟରେ ବିଜେପିର ସତ୍ୟାଗ୍ରହ

କୋରାପୁଟ : କୋରାପୁଟ ଜିଲ୍ଲା ଶାଖା ତରଫରୁ ଆମ୍ବେଦକରଙ୍କ ପ୍ରତମୂର୍ତ୍ତୀ ନିକଟରେ ଭାରତୀୟ ଜନତା ଦଳ ସତ୍ୟାଗ୍ରହ ପାଳନ କରୁଛି(BJP hold on Satyagraha at Koraput ) । ବିଜୁ ଜନତା ଦଳ ଶାସିତ ଓଡ଼ିଶା ସରକାରଙ୍କ ଦୁର୍ନୀତି ଓ ରାଜ୍ୟର ପ୍ରଗତିସାଧନ କ୍ଷେତ୍ରରେ ପ୍ରଦର୍ଶିତ ହେଉଥିବା ଅପାରଗତାକୁ ବିରୋଧ କରି ବିଜେପି ଏହି ସତ୍ୟାଗ୍ରହ କରୁଛି । ଏହି ଅବସରରେ ଦଳର ତୁଙ୍ଗ ନେତୃବୃନ୍ଦ ରାଜ୍ୟସରକାରଙ୍କ ପ୍ରଗତି ବିରୋଧୀ ନୀତିକୁ ନିନ୍ଦା କରିଛନ୍ତି ।

ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ତଥାପି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶର କଥା କହିବା ହାସ୍ୟାସ୍ପଦ ବୋଲି ବିଜେପିର ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଆକ୍ଷେପ କରିଛନ୍ତି । ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିବା ତଥା ସାଧାରଣ ଜିନିଷର ଦରଦାମ ବୃଦ୍ଧି, ଦୁର୍ବଳ ସ୍ଵାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସତ୍ୟାଗ୍ରହ କରାଯାଇଥିବା ସୁମନ୍ତ ପ୍ରଧାନ କହିଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି "ବିଜୁ ଜନତା ଦଳ ଆଜି ତାର ପ୍ରତିଷ୍ଠା ଦିବସ ପୁରୀରେ ପାଳନ କରୁଛି । ସ୍ବଚ୍ଛ ସରକାରର ଡିଣ୍ଡିମ ପିଟୁଛନ୍ତି । ହେଲେ ଏହା ମଧ୍ୟରେ ବିଗତ ଦିନରେ ଓଡ଼ିଶାରେ ଯେଉଁ ସବୁ ଅପରାଧ ଘଟିଛି ସେଥିରେ ବିଜେଡିର ହାତ ରହିଛି । ରାଜନୀତିର ଅପରାଧୀକରଣରେ ଅନେକ ବିଜେଡ଼ିର ମନ୍ତ୍ରୀ ଓ ବିଧାୟକମାନେ ସମ୍ପୃକ୍ତ ଅଛନ୍ତି । କିନ୍ତୁ କୌଣସି ଉପରେ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏଯାଏଁ ନେଇ ନାହାଁନ୍ତି । ନୟାଗଡ଼ ନାବାଳିକା ହତ୍ୟାକାଣ୍ଡରେ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡରରେ ପ୍ରତାପ ଜେନା, ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ର । ଏବେ ସବୁଠୁ ବଡ଼ ଚର୍ଚ୍ଚା ଚାଲିଛି ଗୋବିନ୍ଦ ସାହୁ ଯିଏକି ମମିତା ମେହେରକୁ ହତ୍ୟା କରି ଜେଲ୍‌ରେ ଥିଲେ, ତାଙ୍କୁ ଜେଲରେ ମାରି ଦିଆଯାଇଛି । ତାହାକୁ ବିଜେଡ଼ି ସରକାର ଓ ପ୍ରଶାସନ ଗୋଟେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି ।"

ସବୁ ଅପରାଧରେ ବିଜେଡ଼ି ଦଳର ରାଜନୈତିକ ନେତାମାନେ ସମ୍ପୃକ୍ତ ଅଛନ୍ତି । ତାକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଗତ ଦିନରେ ବହୁ ରାଜନୈତିକ ହତ୍ୟା ହୋଇସାରିଛି । ସେହିପରି ମୁଖ୍ୟମନ୍ତ୍ରୀ କହିଲେ କାହାରି କଚ୍ଚା ଘର ରହିବ ନାହିଁ। ସମସ୍ତେ ପକ୍କା ଘରେ ରହିବେ । ଧାନର ଅଭାବିବିକ୍ରି ନେଇ ଅନେକ ଅଭିଯୋଗ ଆସିଛି । ଏଭଳି ସମସ୍ତ ପ୍ରକାରର ଦୁର୍ନୀତି ନିଜେ ସମ୍ପୃକ୍ତ ଅଛନ୍ତି । ଏସବୁ କଥା ଲୋକଲୋଚନକୁ ଆଣିବାକୁ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଉଥିବା କଥା କହିଛନ୍ତି କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ । (BJP observed protest day)

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details