ଓଡିଶା

odisha

By

Published : Dec 27, 2020, 9:52 PM IST

ETV Bharat / state

ଜୟପୁରରେ ବିଜେପିର କୃଷକ ସମାବେଶ

କୋରାପୁଟର ଜୟପୁରରେ ବିଜେପିର କୃଷକ ସମାବେଶ । ନୂତନ କୃଷି ଆଇନ ଚାଷୀଙ୍କ ହିତ ପାଇଁ ବୋଲି ମନ୍ତବ୍ୟ ରଖିଲେ ବିଜେପି ନେତା । ଅଧିକ ପଢନ୍ତୁ...

ଜୟପୁରରେ ବିଜେପିର କୃଷକ ସମାବେଶ
ଜୟପୁରରେ ବିଜେପିର କୃଷକ ସମାବେଶ

କୋରାପୁଟ: ଜିଲ୍ଲାର ଜୟପୁରରେ ବିରୋଧୀଙ୍କୁ ଟାର୍ଗେଟ କରି କୃଷକ ସମାବେଶ ମଞ୍ଚରୁ ନୂତନ କୃଷି ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇଲେ ବିଜେପି ନେତା । ମଞ୍ଚରେ ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ନୂତନ କୃଷି ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ବିରୋଧୀ ଷଡଯନ୍ତ୍ର କରୁଥିବା ଅଭିଯୋଗ ବାଢ଼ିଛନ୍ତି ।

ଜୟପୁରରେ ବିଜେପିର କୃଷକ ସମାବେଶ

ନୂତନ କୃଷି ଆଇନ ଚାଷୀର ହିତ ପାଇଁ ଉର୍ଦ୍ଧିଷ୍ଟ । ଏହାଦ୍ବାରା ଚାଷୀର ଲାଭ ହେବ ଓ ମଣ୍ଡି ଦଲାଲ ମୁକ୍ତ ହେବ ବୋଲି ମନ୍ତବ୍ୟ ଦେଇଛନ୍ତି ଜୁଏଲ ଓରାମ । ଅନ୍ୟପଟେ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ ମୋଦି କେବେ ବି ଭୁଲ ଆଇନ ପ୍ରଣୟନ କରିବେନି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏଥିରେ 6ଟି ଜିଲ୍ଲାର ବିଜେପି ନେତା ଓ ଚାଷୀମାନେ ଏକତ୍ରିତ ହୋଇଥିଲେ । ତେବେ ବିଜେପି ପକ୍ଷରୁ କୃଷି ଆଇନ ସମ୍ପର୍କରେ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ନେଇ ଯୋଜନା କରାଯାଇଥିବା ପ୍ରଦୀପ୍ତ ନାୟକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details