ଭୁବନେଶ୍ବର: କୋରାପୁଟ ସଦର ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେଡି । ଦୁଷ୍କର୍ମକାରୀ ଶାସକ ଦଳ ବିଜେଡିର ଛତ୍ରଛାୟା ତଳେ ଥିବା ନେଇ ଅଭିଯୋଗ କରିଛି ବିଜେପି । ଗତ ଡିସେମ୍ବର ୨୪ ତାରିଖ ରାତିରେ କୋରାପୁଟ ସଦର ଅଞ୍ଚଳରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା । ହେଲେ ଏଯାଏଁ ଏହି ମାମଲାରେ ଜଣେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ବିଜେଡି ଶାସନରେ ରାଜ୍ୟରେ ଅପରାଧ ବଢ଼ିଥିବା ବିଜେପି ଅଭଯୋଗ କରିଛି । ମହିଳାଙ୍କ ସୁରକ୍ଷା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆ ଯାଉନାହିଁ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ କୌଣସି ପ୍ରଶ୍ନ କରୁ ନାହାନ୍ତି । ରାଜ୍ୟରେ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ଗୃହ ରାଷ୍ଟ୍ରମନ୍ତ୍ରୀ ଯେତେ ପର୍ଯ୍ୟନ୍ତ ଥିବେ ଏମିତି ମହିଳାଙ୍କ ବିରୋଧରେ ଅପରାଧ ବଢ଼ି ଚାଲିଥିବା ବୋଲି କହିଛନ୍ତି ବିଜେପି ନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ।