କୋରାପୁଟ: କୋରାପୁଟ ବନଖଣ୍ଡ ଅଞ୍ଚଳର ନାରାୟଣପାଟଣା, ଲାଷ୍ମୀପୁର, ବାଲଡା, ଲମତାପୁଟ, ସେମିଳିଗୁଡା ଓ କୋରାପୁଟରେ ଥିବା କୋଲାବ ଜଳଭଣ୍ଡାରର ଜଳରାଶି ଓ ଅନ୍ୟାନ୍ୟ ଛୋଟ ବଡ ଜଳଧାରାରେ ସମାପ୍ତ ହୋଇଛି ପକ୍ଷୀ ଗଣନା । ଗତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସମୁଦାୟ 3625 ଟି ପକ୍ଷୀଙ୍କ ଆଗମନ ଘଟିଥିବା ବେଳେ ଚଳିତ ବର୍ଷ 3845 ଟି ପକ୍ଷୀ ଏହି ଅଞ୍ଚଳକୁ ଭ୍ରମଣରେ ଆସିଛନ୍ତି ।
ଏନେଇ ସୂଚନା ଦେଇଛନ୍ତି କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ । ଏଥିମଧ୍ୟରେ 53 ଟି ପ୍ରଜାତିର 1259 ଟି ନୂତନ ପକ୍ଷୀ ରହିଥିବା ଦେଖାଯାଇଛି । ଯାହାକି ଗତବର୍ଷ ଅପେକ୍ଷା 17ଟି ଅଧିକ ପ୍ରଜାତିର ହୋଇଥିବା ସେ ସ୍ପଷ୍ଟ କରିଛନ୍ତି ।