କୋରାପୁଟ: ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ପକ୍ଷୀଗଣନା ଆରମ୍ଭ ହୋଇଛି । ଏହି ଅବସରରେ ଆଜି କୋରାପୁଟର ବିଭିନ୍ନ ଅଞ୍ଚଳରେ ପକ୍ଷୀଙ୍କୁ ଗଣନା କରାଯାଇଛି । କୋରାପୁଟ ବନଖଣ୍ଡ ଅଞ୍ଚଳର ଛୋଟ ବଡ ବିଭିନ୍ନ ଜଳାଶୟରେ ବନ ବିଭାଗ ତରଫରୁ ପକ୍ଷୀ ଗଣନା କରାଯାଇଛି ।
ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀଗଣନା କାର୍ଯ୍ୟକ୍ରମ । ଆଜି କୋରାପୁଟ ବନାଞ୍ଚଳର ସ୍ବତନ୍ତ୍ର ଟିମ ପକ୍ଷୀଗଣନା କରିଛି । ପକ୍ଷୀଗଣନାକୁ ନେଇ କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇ କହିଛନ୍ତି ଯେ ଗତ ବର୍ଷ ଅପେକ୍ଷା ଜିଲ୍ଲାରେ ପକ୍ଷୀଙ୍କ ଆଗମନ ଦୁଇଗୁଣ ବୃ୍ଦ୍ଧି ପାଇଛି । ଜିଲ୍ଲାର ସମୁଦାୟ ପାଞ୍ଚଟି ଜଳାଶୟରେ 2351 ଟି ପକ୍ଷୀଙ୍କ ଗଣନା କରାଯାଇଥିବା ବେଳେ କୋଲାବ ଜଳଭଣ୍ଡାରରେ ସର୍ବାଧିକ 1042ଟି ପକ୍ଷୀଙ୍କୁ ଠାବ କରାଯାଇଛି । ସେହିପରି ନାଲକୋ ଆଶ ପଣ୍ଡରେ 571 ଟି , ଡଙ୍ଗରି ମାଳିଗୁଡାରେ 110 , ବାଗ୍ରାରେ 438 , ରାଣୀଗୁଡାରେ ଥିବା ତେଲେଙ୍ଗିରି ଜଳାଶୟରେ 160ଟି ପକ୍ଷୀ ଗଣନା କରାଯାଇଛି ।