ଓଡିଶା

odisha

ETV Bharat / state

ବିରଳ ମାଛ ଠାବ କଲା ଜୈବ ବିବିଧତା ବିଭାଗ, ରହିଛି ବିଶେଷ୍ବତ

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗ ଏକ ବିରଳ ମାଛର ସନ୍ଧାନ ପାଇଛି । ଯାହାର ନାମ ହେଉଛି ଗାରା ଲାଇସରାମ । ଅଧିକ ପଢନ୍ତୁ

ବିରଳ ମାଛ ଠାବ କଲା ଜୈବ ବିବିଧତା ବିଭାଗ
unique fish found

By

Published : Apr 26, 2023, 2:47 PM IST

କୋରାପୁଟରେ ବିରଳ ମାଛ

କୋରାପୁଟ:ବିରଳ ପ୍ରଜାତିର ମାଛ ଠାବ କରିଛି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବବିବିଧତା ବିଭାଗ । ପ୍ରଫେସର ଶରତ କୁମାର ପାଲିତାଙ୍କ ମାର୍ଗଦର୍ଶନରେ କୋରାପୁଟ ଅଞ୍ଚଳରେ ପ୍ରାଣୀ ଜଗତରେ ଥିବା ବିବିଧତା ସମ୍ପର୍କରେ ଗବେଷଣା କରୁଥିବା ସୁପ୍ରିୟା ସୁରଚିତା ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀ କୋରାପୁଟ ନିକଟସ୍ଥ କେରାଣ୍ଡି ନଦୀରୁ ଗାରା ପରିବାର ଅନ୍ତର୍ଗତ ଏକ ନୂତନ ପ୍ରଜାତିର ବିରଳ ଭାବେ ମିଳୁଥିବା ମାଛକୁ ଠାବ କରିଛନ୍ତି । ଏହି ମାଛର ଅନେକ ବିଶେଷତ୍ବ ରହିଛି ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବବିବିଧତା ବିଭାଗ ମୁଖ୍ୟ ପ୍ରଫେସର ଶରତ କୁମାର ପାଲିତା । ଠାବ ହୋଇଥିବା ବିରଳ ପ୍ରଜାତିର ମାଛର ନାମ ହେଉଛି ଗାରା ଲାଇସରାମ ।

ପ୍ରଫେସର ପାଲିତାଙ୍କ କହିବାନୁଯାୟୀ, "ଏହି ମାଛଟିର ବିଭିନ୍ନ ସ୍ଵତନ୍ତ୍ରତା ରହିଛି ଓ ସ୍ଥାନୀୟ ଲୋକେ ଏହାକୁ ଖାଦ୍ୟ ଆକାରରେ ଗ୍ରହଣ କରିଥିବା ବେଳେ ଏହାକୁ ଆକ୍ବିଏରିଅମରେ ମଧ୍ୟ ରଖା ଯାଇ ପାରିବ । କୋରାପୁଟ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ଜୈବବିବିଧତା ବିଭାଗ ତରଫରୁ କରାଯାଇଥିବା ଗବେଷଣାରେ ଏପରି 25ରୁ ଊର୍ଦ୍ଧ୍ବ ଆଳଙ୍କାରିକ ମାଛକୁ ଠାବ କରାଯାଇଥିବା ବେଳେ ଜୈବ ବିବିଧତାର ଗନ୍ତାଘର ସାଜିଥିବା କୋରାପୁଟ ଅଞ୍ଚଳରେ ଆହୁରି ଅନେକ ପ୍ରଜାତିର ମାଛ ଦେଖାଯିବାର ସମ୍ଭାବନା ରହିଛି । ଓଡ଼ିଶାର ଅନ୍ୟ କୌଣସି ଅଞ୍ଚଳରେ ଏତେ ପରିମାଣରେ ବିବିଧ ପ୍ରଜାତିର ମାଛ, ଜୀବଜନ୍ତୁ ମୋ ଜାଣତରେ ନାହିଁ ।''

ସୁସ୍ଥ ପରିବେଶ ପାଇଁ ସମଗ୍ର ବିଶ୍ବରେ ଚିନ୍ତା ପ୍ରକଟ ହୋଇଥିବା ବେଳେ କୋରାପୁଟ ବି ଏଥିରୁ କେମିତି ବାଦ ପଡ଼ନ୍ତା । ଦିନେ ଓଡ଼ିଶାର ସ୍ବିଜରଲାଣ୍ଡ କୁହାଯାଉଥିବା ଏହି ଅଞ୍ଚଳରେ ତାପମାତ୍ରା ଅପେକ୍ଷାକୃତ ଭାବେ ବୃଦ୍ଧି ପାଇବା ସହିତ ଝଡ଼ ବାତ୍ୟାର ପ୍ରକୋପରେ ପ୍ରଭାବିତ ହେବା ଚିନ୍ତାର ବିଷୟ ବୋଲି ପ୍ରଫେସର ପାଲିତା ମତ ରଖିଛନ୍ତି । କୋରାପୁଟ ଅଞ୍ଚଳ ଜୈବ ବିବିଧତାର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷ କରି ଦେଓମାଳି ପର୍ବତମାଳା ଓ ଗୁପ୍ତେଶ୍ଵରର ଶୈବ ପୀଠ ଚାରିପଟେ ଥିବା ପାହାଡ଼ ଓ ଜଙ୍ଗଲରେ ବହୁ ଦୁର୍ମୂଲ୍ୟ ଜୀବ ଜଗତ ରହିଛି । ତେବେ ରକ୍ଷଣାବେକ୍ଷଣ ଅଭାବ ଓ ଜଙ୍ଗଲ ନଷ୍ଟ କରାଯାଉଥିବା କାରଣରୁ ଏହି ସମ୍ପଦ ନଷ୍ଟ ହେବାରେ ଲାଗିଛି । ଏ ବିଷୟରେ ଗବେଷଣା ସହିତ ସେଗୁଡିକର ସଂରକ୍ଷଣ ଓ ପୁନରୁଦ୍ଧାର କରାଯାଇପାରିଲେ କୋରାପୁଟ ପୁଣିଥରେ ତାର ପୂର୍ବ ସ୍ଥିତିକୁ ଫେରି ପାଇବାରେ ଅସୁବିଧା ହେବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details