ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ, କୋରାପୁଟରେ ଭକ୍ତ ଜାଗରଣ ଯାତ୍ରା

ଗଞ୍ଜାମ ଓ ଖୋର୍ଦ୍ଧା ପରେ କୋରାପୁଟରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଷ୍ଠିତ । ଅଧିକ ପଢନ୍ତୁ

bhakta jana jagarana yatra
bhakta jana jagarana yatra

By ETV Bharat Odisha Team

Published : Nov 5, 2023, 7:52 PM IST

bhakta jana jagarana yatra

କୋରାପୁଟ: ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଆଜି କୋରାପୁଟରେ ଅନୁଷ୍ଠିତ ହୋଇଛି । ପବିତ୍ର ଶାବର ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ପ୍ରିୟ ସ୍ଥାନ । ଏନେଇ ଗଞ୍ଜାମ ଓ ଖୋର୍ଦ୍ଧା ପରେ କୋରାପୁଟରେ ଶ୍ରୀଜଗନ୍ନାଥ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି କି, ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବିକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇମାସ ମହଲତ ଦେଇଛନ୍ତି । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ଵାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ଓ ମଣତି ପାଇଁ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନିର୍ଦେଶ ଓ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ ଯୋଗୁଁ ସେନା ଓଡିଶା ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ କରିଛି । କିନ୍ତୁ ବୁଦ୍ଧିଜୀବୀ ଆନ୍ଦୋଳନରେ ଯବନିକା ପଡ଼ିନାହିଁ ।

ଯାହାକୁ ନେଇ ସେନା ଭକ୍ତ ଜାଗରଣ ଓ ସଂପର୍କ ଯାତ୍ରା ଆରମ୍ଭ କରିଛି । ତେବେ ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଚାରି ଦୁଆର (ଧର୍ମ, ଅର୍ଥ, କାମ, ମୋକ୍ଷ) ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି କରନ୍ତି ତେବେ ଆଉ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ହେବ ନାହିଁ । କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଶ୍ବବାସୀଙ୍କ ଧାର୍ମିକ ମାନସିକତା ସହ ଖେଳି ସମୟ ଗଡାନ୍ତି ତାହା ହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ଓ ବନ୍ଦ ପୁନର୍ବାର ହେବ ବୋଲି ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ୪ ଦୁଆର ବନ୍ଦ ହେବା ଯୋଗୁ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି । ଅଧିକାରୀମାନେ ନିଜର ପତିଆରା ଜାହିର କରିବା ପାଇଁ ଏହିପରି କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଗନ୍ନାଥଙ୍କ ଚାରି ଦ୍ବାରା ନଖୋଲିଲେ ଜୋରଦାର ଆନ୍ଦୋଳନ ହେବ: ଜଗନ୍ନାଥ ସେନା

ପ୍ରକାଶ ଥାଉକି, ଗଞ୍ଜାମରୁ ଗତ ୮ ତାରିଖରେ ଏହିଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ଏହି ଅଭିଯାନ ଖୋର୍ଦ୍ଧା ପରେ ଏବେ କୋରାପୁଟ ଜିଲ୍ଲାରେ ପହଞ୍ଚିଛି । କୋରାପୁଟ ଜିଲ୍ଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ଶ୍ରୀଜଗନ୍ନାଥ ସେନାର ସଂଘର୍ଷ ଓ ଭକ୍ତ କାଗରଣ ଜନସଂପର୍କ ଯାତ୍ରା ପହଞ୍ଚିବ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details