କୋରାପୁଟ: ଲୋକଙ୍କ ପାଖରେ ପହଞ୍ଚୁଛି ସରକାରୀ ଯୋଜନାର ଫାଇଦା । କୋରାପୁଟ ପୌରପରିଷଦ ଅଞ୍ଚଳରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ 600ରୁ ଅଧିକ ଗୃହ ବଣ୍ଟନ କରାଯାଇ ନିର୍ମାଣ ଶେଷ ହୋଇଛି । ଶୁକ୍ରବାର ନୂତନ ଭାବେ ଆଉ 94 ଜଣଙ୍କୁ ଘର ତିଆରି କରିବା ପାଇଁ ଆଦେଶ ପତ୍ର ବଣ୍ଟନ କରାଯାଇଥିବା ପୌର ଅଧିକାରୀ ଜଣାଇଛନ୍ତି ।
Awas Yojan: ଘର ବାଣ୍ଟିଲା କୋରାପୁଟ ପୌରପରିଷଦ - କୋରାପୁଟ ଖବର
ଆବାସ ଯୋଜନାରେ ଉପକୃତ ହେଉଛନ୍ତି ହିତାଧିକାରୀ । କୋରାପୁଟ ପୌରପରିଷଦ ଦ୍ଵାରା ବଣ୍ଟନ ହେଲା ଆବାସ ଯୋଜନାରେ 94ଟି ଘର । ଅଧିକ ପଢନ୍ତୁ...
ଆବାସ ଯୋଜନା : 94ଟି ଘର ବାଣ୍ଟିଲା କୋରାପୁଟ ପୌରପରିଷଦ
ଅନ୍ୟ ପୌରାଞ୍ଚଳରେ ହିତାଧିକାରୀ ନିଜ ଘର ତିଆରି ପାଇଁ ଆଦେଶ ପାତ୍ର ପାଇବା ପରେ ତୁରନ୍ତ କାର୍ଯ୍ୟ ସମାପ୍ତ କରୁଥିବା ଯୋଗୁଁ ସରକାର ଦେଉଥିବା 20 ହଜାର ଟଙ୍କାର ପୁରସ୍କାର ରାଶି ପାଉଛନ୍ତି । ଏହାସହ ଆହୁରି ଅଧିକ ବାସଗୃହ ଆଣିବାରେ ସହଯୋଗ କରୁଛନ୍ତି ବୋଲି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ କହିଛନ୍ତି । ସମସ୍ତଙ୍କୁ ନିର୍ଧାରିତ ସମୟ ସୀମା ମଧ୍ୟରେ ନିଜ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
କୋରୋପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ