ଓଡିଶା

odisha

ETV Bharat / state

ହାଟ ଦିନରେ ସଟଡାଉନ, ବିନ୍ସ ଚାଷୀ ମୁଣ୍ଡରେ ଚଡକ - ହାଟ ଦିନରେ ସଟଡାଉନ ବିନ୍ସ ଚାଷୀର ମୁଣ୍ଡରେ ସାଜିଛି ବୋଝ ଉପରେ ନଳିତା ବିଡା

କୋରୋନା କଟକଣା ସହ ସଟଡାଉନ ପ୍ରଭାବରେ ପ୍ରଭାବିତ ହୋଇଛନ୍ତ ପନିପରିବା ଚାଷୀ । ଚଳିତ ବର୍ଷ ଯେତିକି ପରିମାଣରେ ବର୍ଷା ହେବା କଥା ସେତିକି ହୋଇନଥିବା ବେଳେ କଷ୍ଟ ସହି ବିନ୍ସ ଚାଷ କରିଥିବା ଚାଷୀ ସପ୍ତାହିକ ହାଟରେ ସଟଡାଉନ ଯୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀ କହିଛନ୍ତି । ଅଧିକ ପଢନ୍ତୁ...

ହାଟ ଦିନରେ ସଟଡାଉନ ବିନ୍ସ ଚାଷୀର ମୁଣ୍ଡରେ ସାଜିଛି  ବୋଝ ଉପରେ ନଳିତା ବିଡା
ହାଟ ଦିନରେ ସଟଡାଉନ ବିନ୍ସ ଚାଷୀର ମୁଣ୍ଡରେ ସାଜିଛି ବୋଝ ଉପରେ ନଳିତା ବିଡା

By

Published : Jul 7, 2020, 10:52 PM IST

କୋରାପୁ଼ଟ: ମହାମାରୀ କୋରୋନା କଟକଣା ସହ ସଟଡାଉନ ପ୍ରଭାବରେ ପ୍ରଭାବିତ ହୋଇଛନ୍ତ ପନିପରିବା ଚାଷୀ । ଚଳିତ ବର୍ଷ ଯେତିକି ପରିମାଣରେ ବର୍ଷା ହେବା କଥା ସେତିକି ହୋଇନଥିବା ଯୋଗୁଁ ବିନ୍ସ ଚାଷ ନଷ୍ଟ ହେବାକୁ ଯାଉଥିବା ଚାଷୀ କହିଛି । ନାନା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ଚାଷୀ । କୋରାପୁଟ ନିକଟସ୍ଥ ଉମୁରି ଗ୍ରାମର ବିନ୍ସ ଚାଷ କରିଥିବା ଚାଷୀ କମଳୁ ମାଳି କହିଛନ୍ତି ।

ହାଟ ଦିନରେ ସଟଡାଉନ ବିନ୍ସ ଚାଷୀର ମୁଣ୍ଡରେ ସାଜିଛି ବୋଝ ଉପରେ ନଳିତା ବିଡା

ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାର ଦିନ କୋରାପୁଟ ଜିଲ୍ଲାରେ କୋଭିଡ ସଟଡାଉନ ଘୋଷଣା କରିବା ଫଳରେ ରବିବାର ଦିନ କୋରାପୁଟ ସହରରେ ସାପ୍ତାହିକ ହାଟ ମଧ୍ୟ ବନ୍ଦ ପଡିଲା । ପ୍ରଶାସନ ହାଟରେ ଲୋକଙ୍କ ଭିଡକୁ ଦେଖୁଥିବା ବେଳେ ଆଦିବାସୀ ଅଞ୍ଚଳର ଚାଷୀ ପାଇଁ ଗୋଟିଏ ହାଟ କେତେଯେ ଗୁରୁତ୍ବପୂର୍ଣ୍ଣ ତାହା ବିନ୍ସ ବାଡ଼ରେ ବିନ୍ସ ବୁଢା ହୋଇଯାଉଥିଲେ ବି ହାଟ ବନ୍ଦ ପଡ଼ିଥିବାରୁ ତୋଳିପାରୁନଥିବା ହତଭାଗା ଚାଷୀ ହିଁ ବୁଝିପାରିଛି । ବିନ୍ସ ଲତାକୁ ସିଧା ଠିଆ କରିବା ପାଈଁ ବ୍ୟବହାର ହେଉଥିବା ରଂଜାର ଦାମ ବଢିଯାଇଥିବା ଯୋଗୁଁ ଚାଷୀଙ୍କୁ ହାତଋଣ କରିବାକୁ ପଡିଛି । ହାଟ ବନ୍ଦ ଥିବା ଦେଖି ଘାସି ମାଳିଙ୍କ ଭଳି ଚାଷୀ ଗାଁଗଣ୍ଡାରେ ବିକିବାକୁ କାଉଡି ଧରି ବାହାରି ପଡିଛନ୍ତି । କିନ୍ତୁ ଗାଁ ଗଣ୍ଡାରେ ବିନ୍ସ ବଦଳରେ ଧାନ ମାଣ୍ଡିଆ ମିଳିବ ସିନା ପଇସା ମିକିବ ନାହିଁ ବୋଲି କମଳୁ ଦୁଃଖ ପ୍ରକାଶ କରିଛନ୍ତି ।

ହାଟରେ ଏକାସଙ୍ଗେ ବହୁତ ବେପାରୀ ଆସନ୍ତି ଓ ସମସ୍ତଙ୍କ ବିନ୍ସ ପାଇଁ ଗ୍ରାହକ ମିଳିଯାନ୍ତି । କିନ୍ତୁ ହାଟ ଦିନରେ ସଟଡାଉନକୁ ଦେଖି ଚାଷୀ ପରବର୍ତୀ ଦିନ ଗୁଡିକରେ ଦୈନିକ ବଜାରରେ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ଦେଖାଦେଇଛି । କିନ୍ତୁ ଅନ୍ୟ ପନିପରିବାର ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ବିନ୍ସ ବହୁଳ ଭାବେ ବଜାରକୁ ଆସିଯାଇଥିବା ଯୋଗୁଁ ଅପେକ୍ଷାକୃତ ଭାବେ କମ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି ବିନ୍ସ ଚାଷୀ ।

କୋରାପୁଟରୁ ସିଏଚ ଶାନ୍ତାକାର ଇଟିଭି ଭାରତ

ABOUT THE AUTHOR

...view details