ଓଡିଶା

odisha

ETV Bharat / state

ଶାବର ଶ୍ରୀକ୍ଷେତ୍ରର ତିନି ରଥ ପାଇଁ ଆସିଲା ନୂଆ କାଠ - ଶାବର ଶ୍ରୀକ୍ଷେତ୍ରର ତିନି ରଥ ପାଇଁ ଆସିଲା ନୂଆ କାଠ

ଆଜି ବସନ୍ତ ପଞ୍ଚମୀ । ଏହି ଅବସରରେ  ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ନଗର ପରିକ୍ରମା କରାଯିବା ସହ ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ନୂତନ କାଠ ଅଣାଯାଇଛି । ଅଧିକ ଖବର ପଢନ୍ତୁ...

basant panchami in sabara sikhetra
ଶାବର ଶ୍ରୀକ୍ଷେତ୍ରର ତିନି ରଥ ପାଇଁ ଆସିଲା ନୂଆ କାଠ

By

Published : Jan 30, 2020, 7:09 PM IST

କୋରାପୁଟ: ଆଜି ବସନ୍ତ ପଞ୍ଚମୀ । ଏହି ଅବସରରେ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କୁ ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା ବଣଭୋଜି ବେଶରେ ଦର୍ଶନ ଦେଇଛନ୍ତି । ଏଥିସହ ଏହି ଅବସରରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ନଗର ପରିକ୍ରମା କରାଯିବା ସହ ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ନୂତନ କାଠ ଅଣାଯାଇଛି ।

ଶାବର ଶ୍ରୀକ୍ଷେତ୍ରର ତିନି ରଥ ପାଇଁ ଆସିଲା ନୂଆ କାଠ

ଗତ ବର୍ଷ ନୂତନ ଭାବେ ରଥ ନିର୍ମାଣ କରାଯାଇଥିବାରୁ ରଥରେ କିଛି ନୂତନ କାଠକୁ ଜୋଡ଼ିବାର ଲକ୍ଷ୍ୟ ରଖି ଗୁରୁବାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡ଼ଲିଆମ୍ବ ଗାଁରେ ଥିବା ଏକ ବେସରକାରୀ ଗୋଶାଳା ଉଦ୍ୟାନର ଗମ୍ଭାରୀ ଗଛକୁ ପୂଜା କରି ସେଥିରୁ କାଠ ସଂଗ୍ରହ କରାଯାଇଛି ।

ଏହି କାଠକୁ ଆସନ୍ତା ଅକ୍ଷୟ ତୃତୀୟାରୁ ଆରମ୍ଭ ହେଉଥିବା ରଥ ନିର୍ମାଣ ବେଳେ ତିନି ରଥ ଉପରେ ଘୋଡା ତିଆରି ପାଇଁ ବ୍ୟବହାର କରାଯିବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି ।


କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details