ଓଡିଶା

odisha

ETV Bharat / state

କୋଟିଆରେ ଷ୍ଟ୍ରବେରୀ ଚାଷ କରି ପ୍ରଂଶସା ସାଉଁଟିଲେ ଚାଷୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ବାସନା ଗେମେଲ

ଚର୍ଚ୍ଚାରେ କୋଟିଆର ଷ୍ଟ୍ରବେରୀ ଚାଷ । ରାଜ୍ୟବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନ ମୋହୁଛି କୋଟିଆରେ ସମନ୍ବୟ ଚାଷ । ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି କୋଟିଆ ଜାନିଗୁଡାର ବାସନା ଗେମେଲ । ଅଧିକ ପଢ଼ନ୍ତୁ

By

Published : Apr 26, 2023, 8:53 PM IST

କୋଟିଆରେ ଷ୍ଟ୍ରବେରୀ ଚାଷ
କୋଟିଆରେ ଷ୍ଟ୍ରବେରୀ ଚାଷ

କୋଟିଆରେ ସମନ୍ବୟ ଚାଷ କରି ପ୍ରଂଶସା ସାଉଁଟିଛନ୍ତି ବାସନା ଗେମେଲ

କୋରାପୁଟ: ଓଡିଶା ଓ ଆନ୍ଧ୍ର ପ୍ରଦେଶ ସୀମାରେ ରହିଛି କୋଟିଆ ପଞ୍ଚାୟତର ଜାନିଗୁଡା ଗ୍ରାମ । ବିଭିନ୍ନ ସମସ୍ୟାରେ ରହିଛନ୍ତି କୋଟିଆବାସୀ । ସୀମାନ୍ତ ଅଞ୍ଚଳରେ ଏହି ଗାଁଟି ଥିବାରୁ ଉଭୟ ଓଡିଶା ସରକାରଙ୍କ ଅବହେଳାର ଶିକାର ହୋଉଥିବା ଅଭିଯୋଗ ହୋଇ ଆସୁଛି । ଆନ୍ଧ୍ର ସରକାର କୋଟିଆକୁ ନିଜ ଅଞ୍ଚଳରେ ମିଶାଇବା ପାଇଁ ପ୍ରଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋତ୍ସାହନ ଫଳରେ ସଫଳ ଚାଷୀ ହୋଇପାରିଛନ୍ତି ଜାନିଗୁଡାର ବାସନା ଗେମେଲ ।

ସଫଳ ଚାଷୀ ବାସନା ଗେମେଲ: କୋଟିଆ ଜାନିଗୁଡାର ବାସନା ଗେମେଲଙ୍କ ପାଞ୍ଚ ଏକରର ସୁନ୍ଦର ବଗିଚା ରହିଛି । ଯେଉଁଥିରେ ସେ ଆଗରୁ ମାଣ୍ଡିଆ ସୁଆଁ ଅଦା ଭଳି ଅନେକ ଚାଷ କରୁଥିଲେ । ଲାଭ କମ ହେଉଥିଲା । କିନ୍ତୁ ସରକାରଙ୍କ ସହଯୋଗରେ ଷ୍ଟ୍ରବେରୀ, କଦଳୀ, ଅମୃତ ଭଣ୍ଡା, ଆମ୍ବ ଭଳି ଅନେକ ଭଳିକି ଭଳି ଗଛ ଲଗାଇଛନ୍ତି । ବଗିଚାରେ ଛୋଟ ପୋଖରୀ ଖୋଳି ସେଥିରେ ମାଛ ଓ ବତକ ଚାଷ ବି କରିଛନ୍ତି। ଚାଷ କରି ଉଦ୍ୟାଗୀ ହୋଇଛନ୍ତି ବାସନା ଗେମେଲ । ନିଜେ ଉଦ୍ୟମ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବାସନା ଗେମେଲ । ବର୍ତ୍ତମାନ ଏଭଳି ଭଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଚାହୁଁଛନ୍ତି କୋଟିଆ ଚାଷୀ । ଗତ ଚାରି ପାଞ୍ଚ ମାସ ଭିତରେ ଷ୍ଟ୍ରବେରୀ ବିକ୍ରି କରି ଏକ ଲକ୍ଷ ପଚାଶ ହଜାର ଟଙ୍କା ଲାଭବାନ ହୋଇଥିବା କହିଛନ୍ତି ଗେମେଲ ।

ଷ୍ଟ୍ରବେରୀ ଗାଁ ଜାନିଗୁଡା :ପର୍ଯ୍ୟଟକମାନେ ଦେଓମାଳି ଓ କୋଟିଆ ବୁଲିବା ସହିତ ବାସନା ଗେମେଲଙ୍କ ବଗିଚା ବୁଲି ଷ୍ଟ୍ରବେରୀ ଖାଇବା ସହିତ ଆନନ୍ଦ ଅନୁଭବ କରୁଛନ୍ତି । ଏହାସହ ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଷ୍ଟ୍ରବେରୀ ଚାଖିବା ସହିତ ପ୍ରଶଂସା କରିଥିଲେ । ଏହି ସବୁ ଚାଷ କରିବା ପାଇଁ କୋରାପୁଟ ସମନ୍ୱିତ ଆଦିବାସୀ ଉର୍ନ୍ନୟନ ସଂସ୍ଥା ସହଯୋଗର ହାତ ବଢ଼ାଇଛି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ କାଶୀ ପ୍ରସାଦ କହିଛନ୍ତି, "ବାସନା ଗେମେଲଙ୍କ ଏହି ଭଳି ଚାଷ କାର୍ଯ୍ୟକୁ ଦେଖି କୋଟିଆରେ ଅନ୍ୟ ଚାଷୀମାନେ ଚାଷ କରିବା ପାଇଁ ମନ ବଳାଉଛନ୍ତି ।"

ଜିଲ୍ଲା ପରିଷଦ ସଦସ୍ୟା କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ପାଇଁ କୋଟିଆ ଏବେ ରାଜ୍ୟ ନୁହେଁ ରାଜ୍ୟ ବାହାରେ ଷ୍ଟ୍ରବେରୀ ଗାଁ ଭାବେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସରକାର ଚାଷୀଙ୍କୁ ଏଭଳି ପ୍ରୋତ୍ସାହାନ ଯୋଗାଇ ଦେଲେ କୋଟିଆ ପୁଣି ନିଜ ଅସ୍ତିତ୍ବ ଫେରି ପାଇବ । ଆର୍ଥିକ ସ୍ବଚ୍ଛଳତା ସହ ଆତ୍ମନିର୍ଭରଶୀଳ ହୋଇପାରିବେ କୋଟିଆବାସୀ ।’’

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details