ଓଡିଶା

odisha

ETV Bharat / state

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବାହୁଡା ଯାତ୍ରା, ଆଦିବାସୀ କଲେ ଛେରାପହଁରା

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବାହୁଡ଼ା ଯାତ୍ରା ସମ୍ପନ୍ନ । ପରମ୍ପରା ଅନୁଯାୟୀ ଆଦିବାସୀ କଲେ ୩ ରଥରେ ଛେରା ପହଁରା । ଆସନ୍ତାକାଲି ତିନି ଠାକୁରଙ୍କ ସୁନାବେଶ ଓ ଅଧରପଣା ନୀତି, ସୋମବାର ନୀଳାଦ୍ରି ବିଜେ । ଅଧିକ ପଢ଼ନ୍ତୁ

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବାହୁଡା ଯାତ୍ରା, ଆଦିବାସୀ କଲେ ଛେରା ପହଁରା
ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବାହୁଡା ଯାତ୍ରା, ଆଦିବାସୀ କଲେ ଛେରା ପହଁରା

By

Published : Jul 9, 2022, 10:43 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ବାହୁଡ଼ିଲେ ମହାପ୍ରଭୁ । ପରମ୍ପରା ଅନୁଯାୟୀ ଆଦିବାସୀ କଲେ ୩ ରଥରେ ଛେରା ପହଁରା । ହଜାର ହଜାର ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲେ ତିନି ଠାକୁର । ଆସନ୍ତାକାଲି ତିନି ଠାକୁରଙ୍କ ସୁନାବେଶ ଓ ଅଧରପଣା ନୀତି ହେବାକୁ ଥିବା ବେଳେ ସୋମବାର ଦିନ ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ ବୋଲି ଜଗନ୍ନାଥ ମନ୍ଦିର ସମ୍ପାଦକ ସୂଚନା ଦେଇଛନ୍ତି ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବାହୁଡା ଯାତ୍ରା, ଆଦିବାସୀ କଲେ ଛେରା ପହଁରା

ପରମ୍ପରା ଅନୁଯାୟୀ କୋରାପୁଟ ରଥଯାତ୍ରାରେ ଆଦିବାସୀଙ୍କୁ ପ୍ରାଧାନ୍ୟତା ଦିଆଯାଇଥାଏ । ସେହି କ୍ରମରେ ଜଗନ୍ନାଥଙ୍କ ରଥରେ କୋରାପୁଟ ବ୍ଲକର କୁମ୍ଭା ନିବାସୀ ଦାସୀ ନାୟକ, ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡ଼ିଙ୍ଗି ଓ ଦେବୀ ସୁଭଦ୍ରାଙ୍କ ରଥରେ ଖଜୁରିପୁଟର ସାଧୁ ସାଉନ୍ତା ଛେରା ପହଁରା କରିଥିଲେ ।

ଶ୍ରୀଗୁଣ୍ଡିଚାରୁ ବହାରି ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଟାଉନ ପୋଲିସ ଥାନାର ଆଇଆଇସିଙ୍କ ତରଫରୁ ବିଭିନ୍ନ ମିଠା ଓ ବିଶେଷ କରି ପୋଡପିଠା ଭୋଗ ଲାଗିଥିଲା । ସନ୍ଧ୍ୟା 5ଟା ସମୟରେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଜଗନ୍ନାଥ ମନ୍ଦିର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details