ଓଡିଶା

odisha

ETV Bharat / state

ଦିଆସିଲି କାଠିରେ ତିଆରି ହେଲା ଜୟପୁର ସୂର୍ଯ୍ୟମହଲର ମୁଖ୍ୟ ଫାଟକ - କୋରାପୁଟ ଖବର

ଭାଙ୍ଗି ଯାଇଛି ଜୟପୁର ରାଜ ଉଆସର ମୁଖ୍ୟ ଫାଟକ । ହେଲେ ଆଜି ବି ମହଲର ମୁଖ୍ୟ ଫାଟକକୁ ସାଇତି ରଖିବା ପାଇଁ କଳାକାର ତିଆରି କରିଛନ୍ତି ରାଜ ଉଆସ । ଅଧିକ ପଢ଼ନ୍ତୁ

Jeypore surya mahal
ଜୟପୁର ସୂର୍ଯ୍ୟମହଲର ରାଜଉଆସ

By

Published : Jan 10, 2023, 11:55 AM IST

Updated : Jan 10, 2023, 12:23 PM IST

ଜୟପୁର ସୂର୍ଯ୍ୟମହଲର ରାଜଉଆସ

କୋରାପୁଟ : ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇ ପଡ଼ିରହିଛି ଜୟପୁର ରାଜ ଉଆସ । 2012 ମସିହାରେ ଏହି ରାଜ ଉଆସର ମୁଖ୍ୟ ଫାଟକ ମାଟିରେ ମିଶି ଯାଇଥିଲା । ଯାହାକୁ ଆଉ କେବେ ବି ଦେଖି ପାରୁ ନାହାଁନ୍ତି ଦର୍ଶକ । ହେଲେ ଏବେ ଯୁବଶୀଳ୍ପିମାନେ ଏହି ଉଆସକୁ ଏକ ରୂପ ଦେବାର ପ୍ରଚେଷ୍ଟା ଚଲାଇଛନ୍ତି । ଏନେଇ କେହି ଏହି ମହଲର ଅପୂର୍ବ କଳାକୃତି ତିଆରି କରୁଛନ୍ତି ତ ଆଉ କେହି ରାଜ ପରିବାରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ଚିତ୍ର ଆଙ୍କୁଛନ୍ତି ।

ଦିଆସିଲି କାଠି, ଦିଆସିଲି ବାକ୍ସ ଏବଂ ଅନ୍ୟାନ୍ୟ ବସ୍ତୁକୁ ନେଇ ଭଗ୍ନାବଶେଷ ମଧ୍ୟରୁ ପୁନର୍ଜୀବନ ପାଇବା ଭଳି ଫାଟକର ଏକ ଜୀବନ୍ତ ନକଲକୁ ରୂପ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜୟପୁରର ଯୁବ ଶିଳ୍ପୀ ଏସ୍.ସୁବ୍ରମଣ୍ୟମ । ସେହିପରି ଜୟପୁର ରାଜ ପରିବାରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ନିକଟ ଅତୀତରେ ବିୟୋଗ ଘଟିବା ପରେ ଜୟପୁରର ମହିଳା ଚିତ୍ରଶିଳ୍ପୀ ମନସ୍ଵିନୀ ମହାରଣା ମଧ୍ୟ ତାଙ୍କୁ ଚିରଦିନ ସାଇତି ରଖିବା ପାଇଁ ରାଣୀଙ୍କର ଏକ କଳାଧଳା ଚିତ୍ର ଆଙ୍କିଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ଜରାଜୀର୍ଣ୍ଣ ଅବସ୍ଥାରେ ଜୟପୁର ସୂର୍ଯ୍ୟ ମହଲ, ପୁନଃରୁଦ୍ଧାର ଦାବି

ଏହି ଦୁଇ ଶିଳ୍ପୀଙ୍କ କୃତିକୁ ନେଇ ସହରରେ ଚର୍ଚ୍ଚା ଲାଗି ରହିଥିବା ବେଳେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ କଳାକୃତି ଜୟପୁର ଇତିହାସର ସ୍ମୃତି ସଂରକ୍ଷଣ ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି ଜୟପୁରର ବିଶିଷ୍ଟ ଗବେଷକ ପରେଶ ରଥ ଆଶା ପୋଷଣ କରିଛନ୍ତି । ଓଡ଼ିଶାର ଇତିହାସ ପୃଷ୍ଠାରେ ଏକ ବିଶିଷ୍ଟ ସ୍ଥାନ ଅଳଙ୍କୃତ କରିଛି ଜୟପୁର ସାମ୍ରାଜ୍ୟ । ନାଁ ଥିବା ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ଏବେ ସତ୍ତା ହରାଇଛି । ଇତିହାସ ବହିରେ ସୀମିତ ହୋଇ ରହିଯିବ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି । ରାଜା ରାଜୁଡ଼ା ଶାସନ ସ୍ଥାନରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ପ୍ରଚଳନ ହେବା ପରେ ଜୟପୁରରେ ଥିବା ରାଜ ଉଆସ ଗୁଡ଼ିକ ଅବହେଳାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଶହେ ବର୍ଷ ପୂର୍ବେ ଯେଉଁ ସୂର୍ଯ୍ୟ ମହଲ ମହାରାଜଙ୍କ କୀର୍ତ୍ତି ସୌର୍ଯ୍ୟକୁ ବର୍ଣ୍ଣନା କରୁଥିବା ଏକ ସଂଗ୍ରହାଳୟ ଥିଲା ଏବେ ଜରାର୍ଜୀର୍ଣ୍ଣ ଅବସ୍ଥାରେ ସେହି ମହଲ ।

ଇଟିଭି ଭାରତ, କୋରାପୁଟ

Last Updated : Jan 10, 2023, 12:23 PM IST

ABOUT THE AUTHOR

...view details