ଓଡିଶା

odisha

ETV Bharat / state

ପଣସ ଚିପ୍ସ ପରେ କୋରାପୁଟକୁ ନୂଆ ପରିଚୟ ଦେବ ସେମିଳି କନ୍ଦା ଚିପ୍ସ - koraput special chips

କୋରାପୁଟ ମହିଳାଙ୍କୁ ଲାଭାବନ କରୁଛି ସେମିଳି କନ୍ଦା ଚିପ୍ସ । ପଣସ ଚିପ୍ସ ପରେ ସେମିଳି କନ୍ଦା ଚିପ୍ସ ତିଆରି କରି ଖ୍ୟାତି ଅର୍ଜନ କରୁଛନ୍ତି ମହିଳା । ଅଧିକ ପଢନ୍ତୁ...

ପଣସ ଚିପ୍ସ ପରେ କୋରାପୁଟକୁ ନୂଆ ପରିଚୟ ଦେବ ସେମିଳି କନ୍ଦା ଚିପ୍ସ
ପଣସ ଚିପ୍ସ ପରେ କୋରାପୁଟକୁ ନୂଆ ପରିଚୟ ଦେବ ସେମିଳି କନ୍ଦା ଚିପ୍ସ

By

Published : Sep 18, 2021, 8:49 AM IST

କୋରାପୁଟ: ସଫଳତାର ପାହାଚ ଚଢୁଛି କୋରାପୁଟ । ପୂର୍ବରୁ କୋରାପୁଟ କଫି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବାବେଳେ ନିକଟରେ ଜିଲ୍ଲା ମାଳଭୂମିର ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି । ଆଉ ଏବେ ଜିଲ୍ଲାକୁ ନୂଆ ପରିଚୟ ଦେବାକୁ ଯାଉଛି ସେମିଳି କନ୍ଦା ଚିପ୍ସ । ପୂର୍ବରୁ ରାଜ୍ୟରେ ପ୍ରଥମ ଥର ପଣସରୁ ଚିପ୍ସ ତିଆରି କରି କୋରାପୁଟ ମହିଳା ଖ୍ୟାତି ଅର୍ଜନ କରିଥିବାବେଳେ ବର୍ତ୍ତମାନ ମହିଳାଙ୍କୁ ସେମିଳି କନ୍ଦା ଚିପ୍ସ କରୁଛି ଲାଭବାନ୍ ।

ପଣସ ଚିପ୍ସ ପରେ କୋରାପୁଟକୁ ନୂଆ ପରିଚୟ ଦେବ ସେମିଳି କନ୍ଦା ଚିପ୍ସ

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ଦସମନ୍ତପୁର , ସେମିଳିଗୁଡା , କୋରାପୁଟ , ପଟ୍ଟାଙ୍ଗି ଓ ଲମତାପୁଟ ବ୍ଲକରେ ବହୁଳ ଭାବେ ସେମିଳି କନ୍ଦା ଚାଷ ହେଉଛି । ଏହାଯୋଗୁଁ ସେହି ବ୍ଲକର ଉତ୍ପାଦନକାରୀ ମହିଳା ସଂଘ ମାଧ୍ୟମରେ ସେମିଳି କନ୍ଦା ଚିପ୍ସ ପ୍ରସ୍ତୁତ କରି ଏହାର ବିକ୍ରି ଆରମ୍ଭ ହୋଇଛି ।

ସେମିଳି କନ୍ଦାକୁ ହାଟ ବଜାରରେ ଆଦିବାସୀମାନେ କିଲୋ ପିଛା 20 ଟଙ୍କାରେ ବିକ୍ରି କରିଦେଉଥିବାବେଳେ ସେମିଳି କନ୍ଦା ଚିପ୍ସକୁ କିଲୋ ପିଛା 350 ଟଙ୍କା ଦେବା ପାଇଁ ବାହାର ବ୍ୟବସାୟୀ ଆଗ୍ରହ ପ୍ରକାଶ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଗୋଟିଏ ମହିଳା ଉତ୍ପାଦକ ଦଳ ସେମିଳି କନ୍ଦା ଚିପ୍ସ ପ୍ରସ୍ତୁତ କରୁଥିବା ବେଳେ ଆଗାମୀ ଦିନରେ ଜିଲ୍ଲାରେ ଅନ୍ତତଃପକ୍ଷେ ଆଉ ଦଶଟି ଉତ୍ପାଦକ ଦଳକୁ ତାଲିମ ଦିଆଯାଇ ଏହି ଚିପ୍ସ ପ୍ରସ୍ତୁତିର ପରିମାଣକୁ ଵୃଦ୍ଧି କରାଯିବ ବୋଲି କହିଛନ୍ତି ଓରମାସ ଜିଲ୍ଲା ଅଧିକାରୀ କାର୍ତିକ ରୋଶନ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details