କୋରାପୁଟ: ଆଜି ପବିତ୍ର ଅଳାଁ ନବମୀରେ ଚଳଚଞ୍ଚଳ ଶାବର ଶ୍ରୀକ୍ଷେତ୍ର । ସକାଳ ପହରରୁ ଭକ୍ତ ଦେଶୀ ଅଳାଁ ମାଳାରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିସହ ମନ୍ଦିର ବେଢାରେ ପୂଜା ପାଉଥିବା ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ଦିରରେ ରାଧାପାଦ ଦର୍ଶନ କରି ଭକ୍ତ କୃତାର୍ଥ ହୋଇଛନ୍ତି ।
ଶାବର ଶ୍ରୀକ୍ଷେତ୍ରରେ ଅଳାଁ ନବମୀ: ଦେଶୀ ଅଳାଁ ମାଳରେ ଦର୍ଶନ ଦେଲେ ତିନି ଠାକୁର - anla navami celebrates
ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଲା ପବିତ୍ର ଅଳାଁ ନବମୀ । ଦେଶୀ ଅଳାଁ ମାଳାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସେପଟେ ରାଧାପାଦ ଦର୍ଶନ ଲାଗି ଭକ୍ତଙ୍କ ଗହଳଚହଳି ।
ଶାବର ଶ୍ରୀକ୍ଷେତ୍ରରେ ଅଳାଁ ନବମୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଚଳିତ ବର୍ଷ ନୂତନ ଭାବେ ମନ୍ଦିର ପରିସରରେ କାଠରେ ତିଆରି ରାଧାକୃଷ୍ଣଙ୍କ ଦୁଇଟି ବିଶାଳ ଯୁଗଳ ମୂର୍ତ୍ତି ସ୍ଥାପନା କରିଛନ୍ତି । ଆଉ ପବିତ୍ର ନବମୀ ଅବସରରେ ତାଙ୍କୁ ମୁକ୍ତ ଆକାଶ ତଳେ ଦର୍ଶନ କରି ଭକ୍ତଙ୍କ ମଧ୍ୟରେ ଆନନ୍ଦର ମାତ୍ରା ବୃଦ୍ଧି ପାଇଛି ।
କୋରାପୁଟରୁ ସି.ଏଚ. ଶାନ୍ତାକାର ଇଟିଭି ଭାରତ